ଏହି ଟ୍ରେନରେ ଯାତ୍ରା କଲେ ଖାଇବା ଫ୍ରି : ବ୍ରେକଫାଷ୍ଟଠୁ ଡିନର୍ ସବୁ ମାଗଣା , ଜାଣନ୍ତୁ କେଉଁଠୁ ଛାଡୁଛି ଟ୍ରେନ୍

Advertisment

ମନକୁ ବେଳେ ବେଳେ ପ୍ରଶ୍ନ ଆସେ ଯେ କେମିତି ହୁଅନ୍ତା ଯଦି ଟ୍ରେନରେ ମାଗଣା ଖାଇବା ମିଳନ୍ତା ଏବଂ ଟିକେଟ୍ ବୁକ୍ କରିବା ସମୟରେ ଖାଦ୍ୟର ବିକଳ୍ପ ଚୟନ କରିବା ସମୟରେ ମଧ୍ୟ ଅତିରିକ୍ତ ଶୁଳ୍କ ଦେବାକୁ ନ ପଡ଼ନ୍ତା !

ମନକୁ ବେଳେ ବେଳେ ପ୍ରଶ୍ନ ଆସେ ଯେ କେମିତି ହୁଅନ୍ତା ଯଦି ଟ୍ରେନରେ ମାଗଣା ଖାଇବା ମିଳନ୍ତା ଏବଂ ଟିକେଟ୍ ବୁକ୍ କରିବା ସମୟରେ ଖାଦ୍ୟର ବିକଳ୍ପ ଚୟନ କରିବା ସମୟରେ ମଧ୍ୟ ଅତିରିକ୍ତ ଶୁଳ୍କ ଦେବାକୁ ନ ପଡ଼ନ୍ତା !

Train

Train Photograph: (KanakNews)

କନକ ବ୍ୟୁରୋ : ଟ୍ରେନରେ ଦୂର ଯାତ୍ରା ବେଳେ ସାଧାରଣତଃ ୨ ପ୍ରକାର ଯାତ୍ରୀଙ୍କୁ ଦେଖାଯାଏ ; ଗୋଟିଏ ଶ୍ରେଣୀ ନିଜ ସହ ଘରୁ ଖାଇବା ନେଇ ଯାଇଥାଆନ୍ତି , ଅନ୍ୟ ଏକ ଶ୍ରେଣୀ ଟ୍ରେନରୁ ଖାଦ୍ୟ ମଗାଇ ଟଙ୍କା ପଇଠ କରି ଖାଇଥା’ନ୍ତି । ତେବେ ମନକୁ ବେଳେ ବେଳେ ପ୍ରଶ୍ନ ଆସେ ଯେ କେମିତି ହୁଅନ୍ତା ଯଦି ଟ୍ରେନରେ ମାଗଣା ଖାଇବା ମିଳନ୍ତା ଏବଂ ଟିକେଟ୍ ବୁକ୍ କରିବା ସମୟରେ ଖାଦ୍ୟର ବିକଳ୍ପ ଚୟନ କରିବା ସମୟରେ ମଧ୍ୟ ଅତିରିକ୍ତ ଶୁଳ୍କ ଦେବାକୁ ନ ପଡ଼ନ୍ତା ! ଯଦି ଆପଣ ବାସ୍ତବରେ ଟ୍ରେନ୍ ଯାତ୍ରା ବେଳେ ମାଗଣା ଖାଦ୍ୟ ଖାଇବାକୁ ଚାହାନ୍ତି ତା’ହେଲେ ଏମିତି ଏକ ସ୍ପେଶାଲ୍ ଟ୍ରେନ୍ ଅଛି ଯାହା ଫ୍ରିରେ ଯାତ୍ରୀଙ୍କୁ ଖାଦ୍ୟ ଯୋଗାଉଛି ।

ଭାରତର ଗୋଟିଏ ମାତ୍ର ଟ୍ରେନ୍ ଯାହା ଯାତ୍ରୀଙ୍କୁ ମାଗଣାରେ ଭୋଜନ ଦିଏ ତାହା ହେଉଛି ସଚଖଣ୍ଡ ଏକ୍ସପ୍ରେସ୍ ଯାହା ନାନ୍ଦେଡ ଏବଂ ଅମୃତସର ମଧ୍ୟରେ ଚାଲେ । ଯେହେତୁ ପଞ୍ଜାବରେ ଏହି ଟ୍ରେନ୍ ଚାଲେ ତେଣୁ ଶିଖ୍ ପରମ୍ପରା ଅନୁସାରେ ଏଠାରେ ଲଙ୍ଗର ସେବା ଉପଲବ୍ଧ କରାଯାଇଛି । ଯାତ୍ରୀମାନଙ୍କ ପାଇଁ ଗୁରୁଦ୍ୱାର ପକ୍ଷରୁ ଖାଦ୍ୟ ପ୍ରସ୍ତୁତ କରାଯାଏ ଏବଂ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଖାଦ୍ୟ ବଣ୍ଟାଯାଏ । ସାଧାରଣ ଭାଷାରେ କହିଲେ ଯାତ୍ରୀଙ୍କୁ ଖାଦ୍ୟ ରେଳୱେ ପକ୍ଷରୁ ନୁହେଁ ଶିଖ୍ ସମ୍ପ୍ରଦାୟର ଲଙ୍ଗର୍ ପରମ୍ପରା ଯୋଗୁଁ ଗୁରୁଦ୍ବାର ଦ୍ବାରା ପ୍ରଦାନ କରାଯାଏ । ଏହି ଟ୍ରେନ୍ ଦୁଇଟି ଶିଖ ଧାର୍ମିକ ସ୍ଥଳ ଅମୃତସର ଏବଂ ନାନ୍ଦେଡକୁ ସଂଯୋଗ କରେ । ମାଗଣା ଖାଦ୍ୟର ଏହି ପରମ୍ପରା ବର୍ଷେ କି ୨ ବର୍ଷରୁ ନୁହେଁ ଦୀର୍ଘ ୨୯ ବର୍ଷରୁ ଅଧିକ ସମୟ ଧରି ଚାଲିଆସୁଛି । ସଚଖଣ୍ଡ ଏକ୍ସପ୍ରେସ୍ ମହାରାଷ୍ଟ୍ରର ନାନ୍ଦେଡରୁ ପଞ୍ଜାବର ଅମୃତସର ସହିତ ସଂଯୋଗ କରେ । ଦଶମ ଶିଖ୍ ଗୁରୁ ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ଶେଷ ବିଶ୍ରାମ ସ୍ଥାନ ଭାବରେ ନାନ୍ଦେଡର ଅତ୍ୟନ୍ତ ଗୁରୁତ୍ୱ ରହିଛି । ଏହି ଟ୍ରେନ୍ କେବଳ ପରିବହନର ଏକ ମାଧ୍ୟମ ନୁହେଁ ବରଂ ଏକ ଆଧ୍ୟାତ୍ମିକ ତୀର୍ଥଯାତ୍ରା । ଯାହାର ଆନନ୍ଦ ଏହି ପବିତ୍ର ସ୍ଥଳ ଦେଇ ଯାତ୍ରା କରୁଥିବା ଶ୍ରଦ୍ଧାଳୁ ଉଠାନ୍ତି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe