କନକ ବ୍ୟୁରୋ : ସ୍ଲିପର୍ ବସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ବାରମ୍ୱାର ସ୍ଲିପର୍ ବସରେ ଅଗ୍ନିକାଣ୍ଡ ଏବଂ ଯାତ୍ରୀଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିବା ପରେ ବଡ଼ ଘୋଷଣା କଲେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ । ସ୍ଲିପର୍ ବସ୍ ବଡି ତିଆରି ନିୟମର ଉଲ୍ଲଂଘନ ହୋଇଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ଏଭଳି ବସର ପଞ୍ଜୀକରଣ କରିଥିବା ଏବଂ ଫିଟନେସ୍ ପ୍ରମାଣପତ୍ର ଦେଇଥିବା କର୍ତ୍ତୃପକ୍ଷଙ୍କ ବିରୋଧରେ ହେବ ତଦନ୍ତ । ଅନିୟମିତତା ଓ ଦୁର୍ନୀତି ହୋଇଛି କି ନାହିଁ ତାହାର ତଦନ୍ତ କରିବାକୁ ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ମାନଙ୍କୁ ନିର୍ଦ୍ଦେଶ ଦେଲେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ । କିଛି ମାସ ତଳେ ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶରେ ଘଟିଥିଲା ବଡ଼ ଧରଣର ବସ୍ ଅଗ୍ନିକାଣ୍ଡ । କେତେକ କ୍ଷେତ୍ରରେ ବସ୍ରେ ନିଆଁ ଲାଗିବା ପରେ ଯାତ୍ରୀମାନେ ବାହାରକୁ ବାହାରିପାରି ନଥିଲେ । ଗତ ୩ ମାସରେ ୬ଟି ବସ୍ ଦୁର୍ଘଟଣାରେ ୧୪୫ଜଣଙ୍କ ମୃତ୍ୟୁ ଘଟିଛି ବୋଲି ନୀତୀନ ଗଡ଼କରୀ ସୂଚନା ଦେଇଛନ୍ତି ।
ସ୍ଲିପର୍ ବସ୍: କଡ଼ା ହେଲା ନିୟମ
ସ୍ଲିପର୍ କୋଚ୍ ବସ୍ ତିଆରି ନିୟମକୁ କଡ଼ାକଡ଼ି କଲେ କେନ୍ଦ୍ର ସରକାର
ସ୍ଲିପର୍ ବସ୍ ବଡି ତିଆରିରେ ବ୍ୟାପକ ନିୟମ ଉଲ୍ଲଂଘନ ହେଉଥିବା କହିଲେ ଗଡ଼କରୀ
ବିଭିନ୍ନ ସ୍ତରରେ ଦୁର୍ନୀତି ହେଉଥିବା କହି ଉଦବେଗ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ
ବସରେ ବିଭିନ୍ନ ଖ୍ୟାତନାମା କଂପାନୀର ନକଲି ଲୋଗୋ ଲଗାଯାଉଛି
ଏଣିକି କେବଳ ଅଟୋମୋବାଇଲ୍ କମ୍ପାନୀ ତିଆରି କରିପାରିବେ ସ୍ଲିପର୍ କୋଚ୍ ବସ୍
ସରକାରଙ୍କ ସ୍ୱୀକୃତିପ୍ରାପ୍ତ ସଂସ୍ଥାମାନେ ମଧ୍ୟ ତିଆରି କରିପାରିବେ ସ୍ଲିପର୍ ବସ୍ ବଡି
ଏବେ ଚଳାଚଳ କରୁଥିବା ସ୍ଲିପର୍ ବସ୍ରେ ଲାଗିବ ଅଗ୍ନି ଚିହ୍ନଟ ବ୍ୟବସ୍ଥା
ହାତୁଡ଼ି ସହ ଏମର୍ଜେନ୍ସି ଏଗ୍ଜିଟ, ଜରୁରୀକାଳୀନ ଆଲୋକ ବ୍ୟବସ୍ଥା
ବସ୍ ଚାଳକ ଘୁମେଇଲେ ସତର୍କ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଲାଗିବ
ସମସ୍ତ ସ୍ଲିପର୍ ବସ୍ ଏଆଇଏସ୍-୦୫୨ କୋଡ୍ ଓ ସଂଶୋଧିତ ବସ୍ ବଡି କୋଡ୍ ଅନୁପାଳନ କରିବେ
ଗତବର୍ଷ ସେପ୍ଟେମ୍ୱର ୧ରୁ ନୂଆ ନିୟମ ଲାଗୁ ହୋଇଥିବା କେନ୍ଦ୍ରମନ୍ତ୍ରୀଙ୍କ ସୂଚନା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/09/bus-2026-01-09-22-59-50.jpg)