କନକ ବ୍ୟୁରୋ: ଆଜିଠାରୁ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଲଘୁ ଖଣିଜ ପରିବହନ ବନ୍ଦ । ରାଜ୍ୟ ସରକାରଙ୍କ ନୂତନ ପରିବହନ ନିୟମକୁ ବିରୋଧ କରି ଜିଲ୍ଲାର ସମସ୍ତ ଲଘୁ ଖଣିଜ ପରିବହନ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ନିଷ୍ପତ୍ତି । ସରକାରଙ୍କ ଲଘୁ ଖଣିଜ ପରିବହନ ଓ ଜୋରିମାନାକୁ ନେଇ ହୋଇଥିବା ନୂତନ ନିୟମକୁ ବିରୋଧ କରି ୧୧ ଦଫା ଦାବିରେ ଏହି ନିଷ୍ପତ୍ତି ନିଆଯାଇଛି । ଲଘୁ ଖଣିଜ ପରିବହନରେ ଟ୍ରକ୍ ମାଲିକ ମାନେ ପରିବହନ ବିଭାଗ ଓ ଲଘୁ ଖଣିଜ ବିଭାଗ ଅଧିକାରୀ ଙ୍କ ଦ୍ୱାରା ଜରିମାନା ଓ ଶୋଷଣର ଶିକାର ହେଉଛନ୍ତି । ଯାହାକୁ ନେଇ ଆଜିଠାରୁ ଜିଲ୍ଲାର ସମସ୍ତ ଲଘୁ ଖଣିଜ ପରିବହନ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛି ଟ୍ରକ୍ ମାଲିକ ସଂଘ ।
ମୟୂରଭଞ୍ଜରୁ ଲଘୁ ଖଣିଜ ପରିବହନ ବନ୍ଦ ; ନୂଆ ପରିବହନ ନିୟମକୁ ବିରୋଧ
ଆଜିଠୁ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଲଘୁ ଖଣିଜ ପରିବହନ ବନ୍ଦ । ନୂତନ ପରିବହନ ନିୟମକୁ ବିରୋଧ କରି ବନ୍ଦ ନିଷ୍ପତ୍ତି । ଲଘୁ ଖଣିଜ ବିଭାଗ ଅଧିକାରୀଙ୍କ ଜରିମାନାକୁ ନାପସନ୍ଦ । ପରିବହନରେ ଟ୍ରକ୍ ମାଲିକ ଶୋଷଣ ହେଉଥିବା ଅଭିଯୋଗ ।