SCB++ Photograph: (kanakNews)
କନକ ବ୍ୟୁରୋ : ବଡ଼ ମେଡ଼ିକାଲରେ ବଡ଼ ଅବ୍ୟବସ୍ଥାର ଚିତ୍ର । କାମରେ ଆସୁନି ବ୍ୟାଟ୍ଟେରୀ ଚାଳିତ ଗାଡ଼ି, ସାଇକେଲରେ ୱାର୍ଡରୁ ୱାର୍ଡକୁ ସ୍ଥାନାନ୍ତର ହେଉଛନ୍ତି ଗୁରୁତର ରୋଗୀ । କଟକ ଏସସିବି ବଡ଼ ମେଡ଼ିକାଲରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଦୃଶ୍ୟ । ମେଡ଼ିକାଲରେ ରୋଗୀଙ୍କୁ ସ୍ଥାନାନ୍ତର ପାଇଁ ବ୍ୟାଟେରୀ ଚାଳିତ ଗାଡ଼ିର ବ୍ୟବସ୍ଥା ରହିଛି, ତେବେ କାହିଁକି ରୋଗୀଙ୍କୁ ସାଇକେଲରେ ବୁହାଗଲା? କୁଆଡେ ଗଲା ବ୍ୟାଟ୍ଟରୀ ଚାଳିତ ଗାଡ଼ି? ସେନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଲଗାତାର ଭାବେ ରାଜ୍ୟର ଉପାନ୍ତ ଅଞ୍ଚଳ ଗୁଡ଼ିକରୁ ଏଭଳି ଘଟଣା ସାମ୍ନାକୁ ଆସୁଛି । ଏଥର ଖୋଦ ବଡ଼ ମେଡ଼ିକାଲର ଏହି ଚିତ୍ର ସ୍ବାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ରକୁ ପଦାରେ ପକାଇଛି ।
Follow Us