ଦିଗପହଣ୍ଡିରେ କିନ୍ନରଙ୍କ ଆତ୍ମହତ୍ୟା, ଗତକାଲି ଦଣ୍ଡନାଚରେ କରିଥିଲେ ଅଭିନୟ, ସକାଳୁ ଘର ଭିତରୁ ମିଳିଲା ମୃତଦେହ

ଗଞ୍ଜାମ ଦିଗପହଣ୍ଡିରେ କିନ୍ନରଙ୍କ ଆତ୍ମହତ୍ୟା । କାହିଁକି କଲେ ଆତ୍ମହତ୍ୟା ତଦନ୍ତ କରୁଛି ପୋଲିସ ।

କିନ୍ନରଙ୍କ ଆତ୍ମହତ୍ୟା

କିନ୍ନରଙ୍କ ଆତ୍ମହତ୍ୟା Photograph: (kanakNews)

କନକ ବ୍ୟୁରୋ:  କାହିଁକି ଆତ୍ମହତ୍ୟା କଲେ କିନ୍ନର । ଗଞ୍ଜାମ ଦିଗପହଣ୍ଡି ଥାନା ଫାଶୀଗୁଡ଼ା ଗାଁରେ କିନ୍ନରଙ୍କ ଆତ୍ମହତ୍ୟାକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି କିନ୍ନର ଅର୍ଚ୍ଚିତା ବିଷୋୟୀ ।

ଗତକାଲି ଫାଶୀଗୁଡା ଗାଁରେ ଚାଲିଥିବା ଦଣ୍ଡନାଚରେ ସେ ଅଭିନୟ କରିଥିଲେ । ରାତିରେ ଫାଶୀଗୁଡା ଗାଁରେ ଏକ ଘରେ ବିଶ୍ରାମ ନେଇଥିଲେ । ସକାଳୁ କବାଟ ନଖୋଲିବାରୁ ସନ୍ଦେହ ସୃଷ୍ଟି ହୋଇଥିଲା । ଦଣ୍ଡନାଚ କମିଟି ଓ ଗ୍ରାମବାସୀ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ଖବର ପାଇ ଦିଗପହଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe