କନକ ବ୍ୟୁରୋ: କିନ୍ନର ହେଲେ ବି ଏମାନଙ୍କ କଳା ପ୍ରତିଭା କିଛି କମ୍ ମୁହେଁ । ଅନ୍ୟ କଳାକାରଙ୍କ ପରି ଏମାନେ ଅଭିନୟ କରି ଲୋକଙ୍କ ମନୋରଞ୍ଜନ କରୁଛନ୍ତି । ପାରମ୍ପରିକ ଦଣ୍ଡଯାତ୍ରା ସେମାନଙ୍କୁ କଳା ପ୍ରଦର୍ଶନର ସୁଯୋଗ ଦେବା ସହିତ ରୋଜଗାର ଦେଇଛି । ଚୈତ୍ରମାସର ଟାଇଁଟାଇଁ ଖରାରେ ମାନସିକଙ୍କ କଷ୍ଟଦାୟକ ଧୂଳିଦଣ୍ଡ ବେଳେ କିନ୍ନରମାନେ ଅଭିନୟ କରି ଓ ମଜାଳିଆ ସଂଳାପ କହି ଦଣ୍ଡୁଆ ଓ ଦେଖଣାହାରୀଙ୍କ ମନୋରଞ୍ଜନ କରିଥାନ୍ତି । ଦଣ୍ଡଯାତ୍ରାରେ ସାମିଲ ହୋଇ ସେମାନେ ନିଜକୁ ଧନ୍ୟ ମନେ କରୁଛନ୍ତି ।
ପୂର୍ବରୁ ଧୂଳିଦଣ୍ଡ ସମୟରେ ଦଣ୍ଡୁଆମାନେ ନାରୀ ବେଶରେ ନୃତ୍ୟ ପରିବେଷଣ କରୁଥିଲେ । ଏବେ କିଛି ବର୍ଷ ହେଲା କିନ୍ନରମାନେ ଦଣ୍ଡଯାତ୍ରାରେ ସାମିଲ ହୋଇ ନାରୀ ଭୂମିକାରେ ଅଭିନୟ କରୁଛନ୍ତି । ତେବେ କିଛି କିନ୍ନର ମନୋରଞ୍ଜନ ନାଁରେ ଥଟ୍ଟାମଜାରେ ଅଶାଳୀନ ଭାଷା ପ୍ରୟୋଗ କରୁଥିବାରୁ ପରିବାର ସହ ବସି ଦଣ୍ଡଯାତ୍ରା ଦେଖିବା ସମ୍ଭବ ହେଉନାହିଁ । କିନ୍ନରମାନେ ଏଥିରୁ ନିବୃତ୍ତ ରହି କଳା ପ୍ରଦର୍ଶନ କଲେ ସଂସ୍କୃତିର ସୁରକ୍ଷା ସହ ସମସ୍ତେ ଆଗ୍ରହର ସହ ଦଣ୍ଡଯାତ୍ରା ଦେଖିପାରିବେ ।
ସମ୍ୱଲପୁର ଶୀତଳଷଷ୍ଠୀରେ ସାମିଲ ହେବା ପରି ବ୍ରହ୍ମପୁର ଦଣ୍ଡଯାତ୍ରାରେ କିନ୍ନରମାନେ ଅଭିନୟ କରି ଆକର୍ଷଣ ସାଜିଛନ୍ତି । ତେବେ ରୀତିନୀତି ପାଳନ ସହ ଭାଷାରେ ସଂଯମ ରକ୍ଷା କଲେ ଦଣ୍ଡଯାତ୍ରାର ପବିତ୍ରତା ଓ ସଂସ୍କୃତି ସୁରକ୍ଷିତ ରହିବ ।
କିନ୍ନର ହେଲେ କଳା ପ୍ରତିଭା କମ୍ ନୁହେଁ, ବ୍ରହ୍ମପୁର ଦଣ୍ଡଯାତ୍ରାରେ ଖୋଜା ପଡୁଛନ୍ତି ଏମାନେ
ବ୍ରହ୍ମପୁର ଦଣ୍ଡଯାତ୍ରାରେ ଖୋଜା ପଡୁଛନ୍ତି ଏମାନେ । କଳା ପ୍ରଦର୍ଶନ ସୁଯୋଗ ମିଳିବା ସହ କରୁଛନ୍ତି ରୋଜଗାର ।
/kanak/media/media_files/2025/04/19/PazGgWxhWjuCxF22AB0m.jpg)