କନକ ବ୍ୟୁରୋ: କଥାରେ ଅଛି କନ୍ୟା ଦାନ ମହାପୁଣ୍ୟ । ଆଉ ଏହି କନ୍ୟାଦାନରେ ପ୍ରଥମ ଥର ପାଇଁ ସାମିଲ ହୋଇଛନ୍ତି କିନ୍ନରମାନେ। ବାପା, ମାଆ ସାଜି କରିଛନ୍ତି କନ୍ୟା ଦାନ। ବ୍ରହ୍ମପୁରରେ ଦେଖିବାକୁ ମିଳିଛି ଏ ନିଆରା ଦୃଶ୍ୟ।
ବାଜା, ବାଣ ରୋଷଣୀରେ କମ୍ପୁଛି ପରିବେଶ । ଜମିଛି ନାଚଗୀତର ଆସର । ଥାଟ ପଟୁଆରରେ ଆସୁଛନ୍ତି ବରଯାତ୍ରୀ । ବ୍ରହ୍ମପୁର ସହରରେ ଆୟୋଜିତ ଗଣବିବାହ ଉତ୍ସବର ଏ ଦୃଶ୍ୟ । ୧୫ ଯୋଡ଼ା ବରକନ୍ୟାଙ୍କ ହେଉଛି ଏକକାଳୀନ ବିବାହ । ବାପା ମାଆ ସାଜି କନ୍ୟା ଦାନ କରିଛନ୍ତି କିନ୍ନର। ଆଉ ଏ ମହତ କାର୍ଯ୍ୟରେ ସହଯୋଗ କରିଛି ସହରର ଅଗ୍ରଣୀ ଅନୁଷ୍ଠାନ କାହ୍ନା ଚାରିଟେବୁଲ ଟ୍ରଷ୍ଟ ।
ଅଧିକ ପଢ଼ନ୍ତୁ : ମାଗଣାରେ ବାଣ୍ଟିବାରେ ମାତିଛନ୍ତି ସବୁ ସରକାର: ଦୋହଲିଗଲାଣି ଅର୍ଥନୀତି, ତଥାପି ନାହିଁ କାହାର ନିଘା
ନାନା କାରଣରୁ ବିବାହ କରିପାରୁନଥିବା ଯୁବକ ଯୁବତୀମାନଙ୍କୁ ଗତ କିଛି ମାସ ତଳେ ଚିହ୍ନଟ କରାଯାଇଥିଲା। ଆଉ ଶେଷରେ ନିର୍ଦ୍ଧାରିତ ଲଗ୍ନରେ ପଡ଼ିଛି ସମସ୍ତଙ୍କର ହାତଗଣ୍ଠି। ସଂପୂର୍ଣ୍ଣ ନୀତିନୀତି ଅନୁଯାୟୀ ଆୟୋଜିତ ହୋଇଛି ବିବାହ ଉତ୍ସବ। ପରିବାର ଲୋକ ସାମିଲ ହେବା ସହ ଭୋଜିଭାତରେ ମସଗୁଲ୍ ହୋଇଥିଲେ ସଭିଏଁ।
କାହ୍ନା ଚାରିଟେବୁଲ ଟ୍ରଷ୍ଟ ଦୀର୍ଘ ବର୍ଷ ଧରି ଏଭଳି ଗରିବ ଯୁବକ ଯୁବତୀମାନଙ୍କ ବିବାହ ସାଙ୍ଗକୁ ବ୍ରାହ୍ମଣମାନଙ୍କ ବ୍ରତଘର ମଧ୍ୟ କରିଆସୁଛି। ଟ୍ରଷ୍ଟ ଏବଂ କିନ୍ନରଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/media_files/2026/02/21/mass-marriage-2026-02-21-19-29-19.jpg)