କୋଲକାତାରେ ବନ୍ଦ ହେବ ଟ୍ରାମ ସେବା । ୧୫୦ ବର୍ଷର ସେବା ପାଲଟିବ ଇତିହାସ

Advertisment

ବନ୍ଦ ହେବ ୧୫୦ ବର୍ଷର ପୁରୁଣା ସେବା। କୋଲକାତାର ଟ୍ରାମ୍ ସେବା ବନ୍ଦ ହେବ। ଟ୍ରାମ୍‌କୁ କୋଲକାତାର ଲାଇଫ୍ ଲାଇନ୍ ବୋଲି କୁହାଯାଏ ।

ବନ୍ଦ ହେବ ୧୫୦ ବର୍ଷର ପୁରୁଣା ସେବା। କୋଲକାତାର ଟ୍ରାମ୍ ସେବା ବନ୍ଦ ହେବ। ଟ୍ରାମ୍‌କୁ କୋଲକାତାର ଲାଇଫ୍ ଲାଇନ୍ ବୋଲି କୁହାଯାଏ ।

tram

କନକବ୍ୟୁରୋ : ବନ୍ଦ ହେବ ୧୫୦ ବର୍ଷର ପୁରୁଣା ସେବା। କୋଲକାତାର ଟ୍ରାମ୍ ସେବା ବନ୍ଦ ହେବ । ଟ୍ରାମ୍‌କୁ କୋଲକାତାର ଲାଇଫ୍ ଲାଇନ୍ ବୋଲି କୁହାଯାଏ । ଏହା କୋଲକାତାର ଆକର୍ଷରଣ ପ୍ରତୀକ। ୧୮୭୩ ମସିହାରେ ଏହି ସେବା ଆରମ୍ଭ କରାଯାଇଥିଲା। 

ପାଟଣା, ଚେନ୍ନାଇ, ନାସିକ, ମୁମ୍ବାଇ ଓ କୋଲକାତାରେ ଇଂରେଜ ସରକାର ଅମଳରେ ଏହି ସେବା ଆରମ୍ଭ ହୋଇଥିଲା । ସବୁଠୁ ସେବା ବନ୍ଦ ହୋଇଯାଇଥିବା ବେଳେ କେବଳ କୋଲକାତାରେ ଟ୍ରାମ୍ ଚାଲୁଥିଲା ।

ଏବେ କୋଲକାତାର ଐତିହାସିକ ଟ୍ରାମ୍ ସେବାକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଟ୍ରାମ୍‌ରେ ଯିବା ପାଇଁ ସାରା ବିଶ୍ବରୁ ଲୋକେ କୋଲକାତାରେ ପହଞ୍ଚିଥାନ୍ତି । 

ହେଲେ କୋଲକାତାରେ ଏହି ଟ୍ରାମ୍ ସେବା ଏବେ ଦେଖିବାକୁ ମିଳିବ ନାହିଁ। ସରକାର ଏବେ ଏହି ଟ୍ରାମ୍ ସେବା ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି। ଲୋକଙ୍କ ଭାବନା ସହ ଜଡ଼ିତ ଏହି ସେବା ବନ୍ଦ ନିଷ୍ପତି ପରେ ବିରୋଧ ପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe