କନକ ବ୍ୟୁରୋ: ଆଉମାତ୍ର କିଛି ମାସର ଅପେକ୍ଷା । ରେଳପଥ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ପ୍ରକ୍ରିୟା ସରିଥିବା ବେଳେ ଟ୍ରେନର ସ୍ପିଡ ଟ୍ରାଏଲ ରନ ଶେଷ ହୋଇଛି । ଖୁବଶୀଘ୍ର ବୌଦ୍ଧକୁ ରେଳ ଗଡିବ । ଯାହାକୁ ନେଇ ଏବେ ବୌଦ୍ଧବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ସୁବର୍ଣ୍ଣପୁର ଷ୍ଟେସନଠାରୁ ବୌଦ୍ଧ ଷ୍ଟେସନ ପର୍ଯ୍ୟନ୍ତ ଏବେ ସଫଳ ହୋଇଛି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପ୍ରକ୍ରିୟା ।
ପରେ ଷ୍ଟେସନ ରେ ପହଞ୍ଚି ଷ୍ଟେସନର ସମସ୍ତ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଥିଲା। ପରେ ସବୁଜ ପତାକା ଦେଖାଇ ସ୍ପିଡ଼ ଟ୍ରାଏଲ ରନ ଆରମ୍ଭ ହୋଇଥିଲା । ସୁରକ୍ଷା ପ୍ରମାଣପତ୍ର ମିଳିବା ପରେ ଖୁବଶୀଘ୍ର ରେଳ ମନ୍ତ୍ରାଳୟରୁ ନିର୍ଦ୍ଦେଶ ମିଳିଲେ ରେଳ ଗଡ଼ିବ । ଯାହକୁ ନେଇ ଅପେକ୍ଷାରେ ଅଛନ୍ତି ଲୋକ ।
ବୌଦ୍ଧ ଷ୍ଟେସନର ନିର୍ମାଣ କାର୍ଯ୍ୟ ଶେଷପର୍ଯ୍ୟାୟରେ ରହିଥିବା ବେଳେ କେବଳ ଷ୍ଟେସନର ପାରିପାର୍ଶ୍ୱିକ ନିର୍ମାଣ କାମ ବାକି ରହିଛି । ଷ୍ଟେସନରେ ବିଦ୍ୟୁତ ସଂଯୋଗୀକରଣ ହୋଇସାରିଛି । ଷ୍ଟେସନ ମାଷ୍ଟର ରୁମ, ଟିକେଟ କାଉଣ୍ଟର, ବ୍ୟାଟେରୀ ରୁମ୍ କାମ ସରିଛି ।
ଯାତ୍ରୀମାନଙ୍କ ପାଇଁ ପାନୀୟଜଳ ,ଅପେକ୍ଷା ଗୃହ, ଫୁଟକ୍ରସ ପାଥ ନିର୍ମାଣ ସରିଛି । ଆଉ ଯାହାକିଛି ଆନୁସଙ୍ଗିକ କାର୍ଯ୍ୟ ରହି ତାହା ମଧ୍ୟ ଖୁବଶୀଘ୍ର ସରିବ । ଯେଉଁଥି ପାଇଁ ଦିନ ରାତି ଚାଲିଛି କାମ । ସମ୍ପୂର୍ଣ୍ଣ ରେଳପଥ ନିର୍ମାଣ ପରେ ସ୍ୱଳ୍ପ ସମୟ ଓ ସ୍ୱଳ୍ପ ଖର୍ଚ୍ଚରେ ବଲାଙ୍ଗୀର ଓ ଭୁବନେଶ୍ୱର ଯାତ୍ରା କରିବେ ଯାତ୍ରୀ ।