କନକବ୍ୟୁରୋ : ତାମିଲନାଡ଼ୁରେ ଆଜି ଏକ ସ୍କୁଲ ଭ୍ୟାନ୍ ଉପରେ ଟ୍ରେନ୍ ମାଡ଼ିଯିବାରୁ ୩ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଯାଇଛି ଏବଂ ଆହୁରି ଅନେକ ଛାତ୍ର ଆହତ ହୋଇଛନ୍ତି। କୁଡ଼ାଲୋର ନିକଟସ୍ଥ ସୀମଙ୍କୁପ୍ପମରେ ଏହି ଦୁର୍ଘଟଣା ହୋଇଛି । ଦୁର୍ଘଟଣା ସମୟରେ ସ୍କୁଲ ଭ୍ୟାନ୍ରେ ୫ ଜଣ ଛାତ୍ର ଏବଂ ଡ୍ରାଇଭର ଥିଲେ । ମିଳିଥିବା ସୂଚନାନୁଯାୟୀ ସ୍କୁଲ୍ ଭ୍ୟାନ୍ଟି ଏକ ଖୋଲା ରେଲୱେ ଗେଟ୍ ଅତିକ୍ରମ କରୁଥିବାବେଳେ ଏହାକୁ ଟ୍ରେନ୍ ଧକ୍କା ଦେଇଥିଲା ଏବଂ ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା ।
ସ୍ଥାନୀୟ ବାସିନ୍ଦାମାନେ ରେଳ ଧାରଣାରେ ୨ ଜଣ ଛାତ୍ରଙ୍କ ମୃତଦେହ ପାଇବାପରେ ତୁରନ୍ତ କର୍ତ୍ତୃପକ୍ଷମାନଙ୍କୁ ଜଣାଇଥିଲେ । ଅନ୍ୟ ଜଣେ ଛାତ୍ରଙ୍କର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ରେଳବାଇ ବିଭାଗ ଏବଂ ସ୍ଥାନୀୟ ପୁଲିସ ଅଧିକାରୀ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ରେଳବାଇ ପକ୍ଷରୁ ଜାରି ହୋଇଥିବା ବିବୃତି ଅନୁଯାୟୀ ଭ୍ୟାନ୍ଟି ଏକ ମାନବ ପରିଚାଳିତ ଟ୍ରାକ୍ ଅତିକ୍ରମ କରୁଥିବା ସମୟରେ ଏହାକୁ ଟ୍ରେନ୍ ନମ୍ବର ୫୬୮୧୩ ଧକ୍କା ଦେଇଥିଲା । ମେଡିକାଲ ଉପକରଣ ସହ ଏକ ରିଲିଫ୍ ଟ୍ରେନ୍କୁ ଉକ୍ତ ସ୍ଥଳକୁ ପଠାଯାଇଥିଲା। ଏଥିସହ ଡିଆରଏମ୍ (ଡିଭିଜନାଲ ରେଲୱେ ମ୍ୟାନେଜର) ଏବଂ ବ୍ରାଞ୍ଚ୍ ଅଫିସରମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।