କନକ ବ୍ୟୁରୋ : ବାଲେଶ୍ବର ସୋରରେ ଟ୍ରେନ୍ ଦୁର୍ଘଟଣା। ସୋରୋ ଥାନା ସବିରା ରେଳ ଷ୍ଟେସନର ମାତ୍ର କିଛି ଦୁରରେ ବେଲସାବିରା ନିକଟରେ ନିୟୁଜଲପାଇ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଛି । ନୂଆ ଟ୍ରାକ କାମ ଚାଲିଥିବା ବେଳେ ଲାଇନ୍ଚ୍ୟୁତ ହୋଇ ପାର୍ଶ୍ଵରେ ଥିବା ବିଦ୍ୟୁତ ଖୁଣ୍ଟକୁ ଟ୍ରେନ୍ଟି ଧକା ଦେଇଛି । ତେବେ ବର୍ତ୍ତମାନ ସୁଦ୍ଧା ଘଟଣାରେ ଆହତଙ୍କ ସୂଚନା ମିଳିପାରି ନାହିଁ ।
ସେହିପରି କିଛି ଦିନ ପୂର୍ବରୁ ପୁଣି ଏକ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ହୋଇଥିଲା । ପ୍ରୟାଗରାଜରୁ କାନପୁର ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନ୍ ସହ ଆଉ ଗୋଟିଏ ମାଲବାହୀ ଟ୍ରେନ୍ ଧକ୍କା ହୋଇଥିଲା । ମିଳିଥିବା ସୂଚନା ମୁତାବକ, ମାଲବାହୀ ଟ୍ରେନ୍ ଲାଲ ସିଗନାଲରେ ଠିଆ ହୋଇଥିବା ବେଳେ, ପଛପଟୁ ଆସି ଆଉ ଗୋଟିଏ ଟ୍ରେନ୍ ଧକ୍କା ଦେଇଥିଲା । ତେବେ ଦୁର୍ଘଟଣା ବେଳକୁ ମାଲବାହୀ ଟ୍ରେନର ଗାର୍ଡ ସୋନୁ ବର୍ମା ଡେଇଁ ପଡ଼ି ନିଜ ଜୀବନ ବଞ୍ଚାଇଥିଲେ କିନ୍ତୁ ଆହତ ହୋଇଥିଲେ।