ପାକିସ୍ତାନରେ ଟ୍ରେନ ଅପହରଣ : ୩୦ ପାକିସ୍ତାନ ଯବାନଙ୍କ ମୃତ୍ୟୁ

Advertisment

ପାକିସ୍ତାନରେ ଟ୍ରେନ ଅପହରଣ । ଉଦ୍ଧାର ପାଇଁ ଚେଷ୍ଟା ଚଳାଇଛି ପାକ ସେନା । ଏବେ ବି ୨୦୦ରୁ ଅଧିକ ଲୋକ ଅଛନ୍ତି ବନ୍ଧକ । ବିଚ୍ଛିନ୍ନତାବାଦୀ ସଙ୍ଗଠନ ବଲୁଚ ଲିବରେସନ ଆର୍ମି ସହ ଯୁଦ୍ଧରେ  ୩୦ ପାକିସ୍ତାନ ଯବାନଙ୍କ ମୃତ୍ୟୁ  ।

ପାକିସ୍ତାନରେ ଟ୍ରେନ ଅପହରଣ । ଉଦ୍ଧାର ପାଇଁ ଚେଷ୍ଟା ଚଳାଇଛି ପାକ ସେନା । ଏବେ ବି ୨୦୦ରୁ ଅଧିକ ଲୋକ ଅଛନ୍ତି ବନ୍ଧକ । ବିଚ୍ଛିନ୍ନତାବାଦୀ ସଙ୍ଗଠନ ବଲୁଚ ଲିବରେସନ ଆର୍ମି ସହ ଯୁଦ୍ଧରେ  ୩୦ ପାକିସ୍ତାନ ଯବାନଙ୍କ ମୃତ୍ୟୁ  ।

PAKISTAN

Photograph: (KanakNews )

କନକବ୍ୟୁରୋ : ପାକିସ୍ତାନରେ ଟ୍ରେନ ଅପହରଣ । ଉଦ୍ଧାର ପାଇଁ ଚେଷ୍ଟା ଚଳାଇଛି ପାକ ସେନା । ଏବେ ବି ୨୦୦ରୁ ଅଧିକ ଲୋକ ଅଛନ୍ତି ବନ୍ଧକ । ବିଚ୍ଛିନ୍ନତାବାଦୀ ସଙ୍ଗଠନ ବଲୁଚ ଲିବରେସନ ଆର୍ମି ସହ ଯୁଦ୍ଧରେ  ୩୦ ପାକିସ୍ତାନ ଯବାନଙ୍କ ମୃତ୍ୟୁ  ।  ବନ୍ଧକଙ୍କୁ ଛାଡିବାକୁ ପାକକୁ ୪୮ ଘଣ୍ଟାର  ଅଲଟିମେଟମ ଦେଇଛି ବଲୁଚ ଲିବରେସନ ଆର୍ମି , ନହେଲ ବନ୍ଧକଙ୍କୁ ମାରିଦେବାକୁ ଧମକ ଦେଇଛି ବଲୁଚ ଲିବରେସନ ଆର୍ମି  ।  ପାକିସ୍ତାନ ଜେଲରେ ବନ୍ଦୀ ଥିବା ବେଲୁଚ ନାଗରିକଙ୍କୁ ନ ଛାଡିଲେ ଏଭଳି ଦଶା ଭୋଗିବାକୁ ପଡିବ ବୋଲି କହିଛନ୍ତି ବିଏଲଏ  ।

ଦିନରେ ବୋଲନ୍‌ ଠାରେ ଜାଫର ଏକ୍ସପ୍ରେସକୁ ଅପହରଣ କରିଥିଲେ ବଲୁଚ ଲିବରେସନ୍ ଆର୍ମି, ବିଏଲଏର ଆତଙ୍କୀ। ଟ୍ରେନଟି ବେଲୁଚିସ୍ତାନରୁ କ୍ବେଟା ଯାଉଥିଲା  ।  ଦୀର୍ଘ ଦିନ ଧରି ସ୍ବତନ୍ତ୍ର ରାଷ୍ଟ୍ର ଦାବି କରି ଆସୁଛି ବଲୋଚ୍ ଆର୍ମି । ଏହାକୁ ନେଇ ବିଭିନ୍ନ ସମୟରେ ଆକ୍ରମଣ କରୁଛି । ଏବେ ସମ୍ପୂର୍ଣ୍ଣ ଟ୍ରେନ୍ ଅପହରଣ କରି ନେଇଛି ବଲୋଚ୍ ଆର୍ମି, ବିଏଲଏ ।

ଜାଫର ଏକ୍ସପ୍ରେସ୍‌ରେ ୪୫୦ ଯାତ୍ରୀ ଥିଲେ  । ସେମାନଙ୍କ ମଧ୍ୟରୁ ୮୦ ଜଣ ମୁକୁଳିଥିବା ନେଇ ସୂଚନା ମିଳିଛି । ସମସ୍ତ ବନ୍ଧକକୁ ଉଦ୍ଧାର କରିବା ପାଇଁ ପାକିସ୍ତାନ ଉଭୟ ଆକାଶ ଓ ସ୍ଥଳଭାଗରୁ ଅପରେସନ ଆରମ୍ଭ କରିଛନ୍ତି  । ଏଥିରେ ହେଲିକପ୍ଟର ଓ  ଡ୍ରେନର ବ୍ୟବହାର କରାଯାଉଛି  ।  ବିଏଲଏ ଦାବି କରିଛି, ଟ୍ରେନରେ ଥିବା ମହିଳା , ଶିଶୁ ଓ ବେଲୁଚ ନାଗରିକଙ୍କୁ ଛାଡି ଦିଆଯାଇଛି  ।  କେବଳ ପାକିସ୍ତାନ ସେନା, ପୁଲିସ, ଆଇଏସଆଇ ଓ ଏଟିଏଫ ଯବାନଙ୍କ ସମେତ ୨୦୦ ଲୋକଙ୍କୁ ବନ୍ଧକ ରଖାଯାଇଛି ।  

ପାକିସ୍ତାନର ପେସୱାର-ବଣ୍ଡ ଜାଫର ଏକ୍କପ୍ରେସ ଟ୍ରେନ ଅପହରଣ
ଟ୍ରେନଟି ବେଲୁଚିସ୍ତାନରୁ କ୍ବେଟା ଯାଉଥିବା ବେଳେ ବୋଲନ୍‌ ଠାରେ ଅପହରଣ
ଉଦ୍ଧାର ପାଇଁ ଚେଷ୍ଟା ଚଳାଇଛି ପାକର ତିନି ସେନା ମୁତୟନ 
ବିଚ୍ଛିନ୍ନତାବାଦୀ ସଙ୍ଗଠନ ବଲୁଚ ଲିବରେସନ ଆର୍ମି ଟ୍ରେନ ଅପହରଣ କରିଛି

ଏବେ ବି ଯବାନ, ପୁଲିସ ସହ ୨୦୦ରୁ ଅଧିକ ଲୋକ ବନ୍ଧକ ଅଛନ୍ତି
ଟ୍ରେନ ଲାଇନରେ ବୋମା ବିସ୍ଫୋରଣ କରିବା ପରେ ଅପହଣ କରିନେଇଛି
ବଲୁଚି ଆର୍ମି ସହ ପାକିସ୍ତାନ ସେନାର  ଯୁଦ୍ଧରେ  ୩୦ ପାକିସ୍ତାନ ଯବାନଙ୍କ ମୃତ୍ୟୁ
 ବନ୍ଧକଙ୍କୁ ଛାଡିବାକୁ ପାକକୁ ୪୮ ଘଂଟାର ଅଲଟିମେଟମ ଦେଇଛି ବଲୁଚ ଆର୍ମି
 

ନହେଲ ବନ୍ଧକଙ୍କୁ ମାରିଦେବାକୁ ଧମକ ଦେଇଛି ବଲୁଚ ଲିବରେସନ ଆର୍ମି ।  
ପାକିସ୍ତାନ ଜେଲରେ ବନ୍ଦୀ ଥିବା ବେଲୁଚ ନାଗରିକଙ୍କୁ ଛାଡିବାକୁ ସର୍ତ୍ତ ରଖିଛି ବଲୁଚି ଆର୍ମି
ଦୀର୍ଘ ଦିନ ଧରି ସ୍ବତନ୍ତ୍ର ରାଷ୍ଟ୍ର ଦାବି କରି ଆସୁଛି ବଲୋଚ୍ ଆର୍ମି ।
ଯାହାକୁ ନେଇ ବିଭିନ୍ନ ସମୟରେ ଆକ୍ରମଣ କରୁଛି ବଲୋଚ୍ ଆର୍ମି।
ଜାଫର ଏକ୍ସପ୍ରେସ୍‌ରେ ୪୫୦ ଯାତ୍ରୀ ଥିଲେ, ସେମାନଙ୍କ ମଧ୍ୟରୁ ୧୦୦ ଜଣ ମୁକୁଳିଲେଣି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe