କନକ ବ୍ୟୁରୋ: ସିଗ୍ନାଲ୍ ମାନିଲାନି, ପ୍ଲାଟଫର୍ମ ଭିତରକୁ ମାଡ଼ି ଆସିଲା ଶତାବ୍ଦୀ ଏକ୍ସପ୍ରେସ । ଷ୍ଟେସନ ମାଷ୍ଟରଙ୍କ ପାଇଁ ଟଳିଗଲା ବଡ଼ ଦୁର୍ଘଟଣା । ଘଟଣାକୁ ନେଇ ଦାୟିତ୍ବହୀନ ଦୁଇ ଲୋକୋ ପାଇଲଟ ଅଟକ । ମାର୍କୋଣା ରେଳ ଷ୍ଟେସନରୁ ରବିବାର ସନ୍ଧ୍ୟାରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛି ଏହି ରେଲୱେ ଷ୍ଟେସନ । ହାୱଡ଼ାରୁ ପୁରୀ ଅଭିମୁଖେ ଯାଉଥିବା ଶତାବ୍ଦୀ ଏକ୍ସପ୍ରେସ ଟ୍ରେନ୍ଟି ସୋର ରେଳ ଷ୍ଟେସନ ଅତିକ୍ରମ କରିବା ପରେ ମାର୍କୋଣା ଷ୍ଟେସନର ଦୁଇ ନମ୍ବର ପ୍ଲାଟଫର୍ମରେ ଦେଇ ଯିବାକୁ ଥିଲା । ମାତ୍ର ଷ୍ଟେସନ ମାଷ୍ଟର ସିଗ୍ନାଲ୍ ଦେବା ପୁର୍ବରୁ ଲୋକ ପାଇଲଟ୍ ଦ୍ରୁତ ଗତିରେ ଥିବା ଟ୍ରେନକୁ ଷ୍ଟେସନ ଭିତରକୁ ଭର୍ତ୍ତି କରିଥିଲେ । ତେବେ ତୁରନ୍ତ ଷ୍ଟେସନ ମାଷ୍ଟର ଟ୍ରେନ୍କୁ ଅଟକାଇବାରୁ ଏକ ବଡ଼ ଧରଣର ଅଘଟଣକୁ ରୋକାଯାଇଥିଲା । ଏହି ଘଟଣାରେ ଦୁଇ ଲୋକୋ ପାଇଲଟଙ୍କୁ ଅଟକ ରଖାଯାଇଥିବା ସୂଚନା ମିଳିଛି ।
ସିଗ୍ନାଲ ଭାଙ୍ଗି ଷ୍ଟେସନ୍କୁ ପଶିଗଲା ଟ୍ରେନ୍, ଲୋକୋ ପାଇଲଟ୍ ଅଟକ
ସିଗ୍ନାଲ ଭାଙ୍ଗି ଷ୍ଟେସନ୍କୁ ପଶିଗଲା ଟ୍ରେନ୍ । ଷ୍ଟେସନ ମାଷ୍ଟରଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଅଳ୍ପକେ ବର୍ତ୍ତିଲା ବଡ଼ ଦୁର୍ଘଟଣା । ବାଲେଶ୍ବର ମାର୍କୋଣା ଷ୍ଟେସନ୍ରେ ବିନା ସିଗ୍ନାଲରେ ପସିଗଲା ଶତାବ୍ଦୀ ଏକ୍ସପ୍ରେସ । ଲୋକ ପାଇଲଟ୍କୁ ଜେରା ।
/kanak/media/media_files/2025/09/29/24-railway-accident-2025-09-29-10-54-37.jpg)