କନକ ବ୍ୟୁରୋ: ମୋବାଇଲ ୟୁଜର୍ସଙ୍କ ପାଇଁ ନୂଆ ନିୟମ ଆଣିଛି TRAI । ଏଣିକି ଆଉ ବନ୍ଦ ହେବନି କୌଣସି ନେଟୱାର୍କର ସିମ୍ । ସବୁ ନେଟ୍ୱାର୍କ ସିମ୍ର ସେବା ବୈଧତା ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଚିନ୍ତା କୁରଛି ଭାରତୀୟ ଦୂର ସଞ୍ଚାରକ ନିୟାମକ ପ୍ରାଧିକରଣ । ଏଥର ବିନା କୌଣସି ଡାଟା ରିଚାର୍ଜ୍ରେ ବି ଆକ୍ଟିଭ୍ ରହିବ ସବୁ ସିମ୍ । ଏହି ନିୟମ ଦ୍ବାରା ଯେଉଁମାନେ ଏକାଧିକ ମୋବାଇଲ ବା ସିମ୍ ବ୍ୟବହାର କରୁଛନ୍ତି ସେମାନଙ୍କ ରିଚାର୍ଜ ଖର୍ଚ୍ଚ କମିବ ।
ଏକାଧିକ ସିମ୍ ବ୍ୟବହାର କରୁଥିବା ୟୁଜର୍ସ ବେଳେବେଳେ ରିଚାର୍ଜ୍ କରିବାକୁ ଭୁଲି ଯାଆନ୍ତି । ଏଭଳି କ୍ଷେତ୍ରରେ ଜିଓ, ଏୟାରଟେଲ୍, ଭୋଡ଼ାଫୋନ୍ ଓ ବିଏସ୍ଏନ୍ଏଲ୍ ଭଳି ସିମ୍ ଅନେକ ସମୟରେ ଡିଆକ୍ଟିଭେଟ୍ ହୋଇଯାଇଥାଏ । ହେଲେ ଟ୍ରାଇର ନୂଆ ନିୟମ ମୁତାବକ ଆଉ ୟୁଜର୍ସଙ୍କୁ ଆଉ ଡାଟା ରିଚାର୍ଜ୍ କରିବାକୁ ପଡ଼ିବନି । ସିମ୍ ଆକ୍ଟିଭ୍ ରଖିବାକୁ ନିୟମରେ ପରିବର୍ତ୍ତନ ପରେ ୟୁଜର୍ସଙ୍କୁ ମିଳିବ ଏହି ସୁବିଧା ।
କାରଣ ନୂଆ ନିୟମ ମୁତାବକ ମାତ୍ର ୨୦ ଟଙ୍କା ରିଚାର୍ଜ୍ କଲେ ଜଣେ ୟୁଜର୍ସଙ୍କ ସିମ୍ ୪ ମାସ ପର୍ଯ୍ୟନ୍ତ ଆକ୍ଟିଭ୍ ରହିବ । ତେବେ ଅଲଗା ଅଲଗା ନେଟ୍ୱାର୍କ ପାଇଁ ସ୍ୱତନ୍ତ୍ର ରିଚାର୍ଜ ଅବଧି ଓ ରେଟ୍ ରହିବ । ନୋଟିଫିକେଶନ ଅନୁଯାୟୀ ୟୁଜର୍ସ ନିଜ ନିଜ ସିମ୍ ରିଚାର୍ଜ୍ କରାଇବେ । ଏୟାରଟେଲ୍ ସିମ୍ ବିନା କୌଣସି ରିଚାର୍ଜ୍ରେ ୯୦ ଦିନ ପର୍ୟ୍ୟନ୍ତ ଆକ୍ଟିଭ୍ ରହିବ । ଏହି ଅବଧି ପରେ ବି ୧୫ ଦିନ ପର୍ୟ୍ୟନ୍ତ ଆକ୍ଟିଭ୍ ରହିବ ସିମ୍ । ଏହାପରେ ରିଚାର୍ଜ୍ ନକଲେ ସିମ୍ ବନ୍ଦ ହେବା ସହ ନମ୍ୱର ଅନ୍ୟ ୟୁଜର୍ସଙ୍କୁ ମିଳିଯିବ ।
ନୂଆ ନିୟମ ମୁତାବକ ଜିଓ ୟୁଜର୍ସଙ୍କୁ ସବୁଠାରୁ ଅଧିକ ସୁବିଧା ମିଳିବ । କାରଣ ଡାଟା ରିଚାର୍ଜ ପ୍ଲାନ ଶେଷ ହେବାପରେ ଜିଓ ୯୦ ଦିନ ପର୍ୟ୍ୟନ୍ତ ଆକ୍ଟିଭ୍ ରହିବ । ଏହାସହ ଇନ୍କମିଂ କଲ୍ ସୁବିଧା ବି ପାଇବେ ୟୁଜର୍ସ । ଏହାପରେ ବି ଯଦି କୌଣସି ୟୁଜର୍ସ ରିଚାର୍ଜ ନକରନ୍ତି ତେବେ ସ୍ଥାୟୀ ଭାବେ ସିମ୍ ଡିସ୍କନେକ୍ଟ ହୋଇଯିବ । ଏହି ସିମ୍କୁ ଅନ୍ୟ ୟୁଜର୍ସଙ୍କ ପାଇଁ ଆଲର୍ଟ କରାଯିବ ।
ଭୋଡ଼ାଫୋନ୍ ୟୁଜର୍ସ ମଧ୍ୟ ୯୦ ଦିନର ଗ୍ରେସ୍ ରିଚାର୍ଜ୍ ଅବଧି ମିଳିବ । ଏହାପରେ ୟୁଜର୍ ନିଜ ସିମ୍ ଆକ୍ଟିଭ୍ ରଖିବାକୁ ଚାହାନ୍ତି, ତେବେ ୪୯ ଟଙ୍କା ରିଚାର୍ଜ୍ କରିବାକୁ ହେବ ।
ସେହିଭଳି ବିଏସ୍ଏନ୍ଏଲ୍ର ସିମ୍ ୯୦ ଦିନରୁ ଅଧିକ ସମୟ ପର୍ୟ୍ୟନ୍ତ ନିଷ୍କ୍ରିୟ ରୁହେ, ସିମ୍ରୁ ୨୦ ଟଙ୍କାର ପ୍ରିପେଡ୍ ବାଲାନ୍ସ କାଟି ଦିଆଯିବ । ଏହାଦ୍ବାରା ଅଧିକ ଏକ ମାସ ପର୍ୟ୍ୟନ୍ତ ସିମ୍ ଆକ୍ଟିଭ୍ ହୋଇ ରହିବ । ଏହାପରେ ସିମ୍ରେ କୌଣସି ରିଚାର୍ଜ୍ ନହେଲେ ସିମ୍ ଡିଆକ୍ଟିଭେଟ୍ କରିବା ସହ ଏହାକୁ ଅନ୍ୟ ୟୁଜର୍ସଙ୍କ ପାଇଁ ଆଲର୍ଟ କରିଦିଆଯିବ ।