କନକ ବ୍ୟୁରୋ : ପ୍ରେମ..ଭଲପାଇବା କେବଳ ମଣିଷ ଭିତରେ ହୁଏ ତାହା ନୁହେଁ ବରଂ ପଶୁ, ପକ୍ଷୀ,ଜୀବଜନ୍ତୁଙ୍କ ମଧ୍ୟରେ ବି ହୁଏ । ଠିକ୍ ସେମିତି ଏକ କାହାଣୀ ସାମ୍ନାକୁ ଆସିଛି ମଧ୍ୟପ୍ରଦେଶରୁ । ଯାହା ମଣିଷ ନୁହେଁ ବରଂ ଜୀବଜନ୍ତୁଙ୍କ ଉପରେ ଆଧାରିତ । ଫିଲ୍ମଠୁ ଆରମ୍ଭ କରି ଲୋକ କଥାରେ ଆମେ ସମସ୍ତେ ଶୁଣିଛନ୍ତି କି ଯଦି ନାଗକୁ କିଏ ମାରିଦିଏ ନାଗୁଣୀ ପ୍ରତିଶୋଧ ନିଏ, ଠିକ୍ ସେମିତି ନାଗୁଣୀକୁ ଯଦି କିଏ ମାରିଦିଏ ନାଗ ପ୍ରତିଶୋଧ ନିଏ । ଅବଶ୍ୟ ଏକଥାର ସତ୍ୟତା କେତେ ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ କିନ୍ତୁ ଏହାକୁ ନେଇ ବେଶ ଚର୍ଚ୍ଚା ହୁଏ ।
ନାଗନାଗୁଣୀଙ୍କୁ ନେଇ ଠିକ୍ ଏମିତି ଏକ ଆଶ୍ଚର୍ଯ୍ୟ ଜନକ ଖବର ଦେଖିବାକୁ ମିଳିଛି ମଧ୍ୟ ପ୍ରଦେଶର ଶିବପୁରୀ ଜିଲ୍ଲାରେ । ଜଣେ ଚାଷୀ ନିଜ ବିଲରେ ଜେସିବି ମେସିନ୍ ଲଗାଇ ବିଲ ସଫାସୁତୁରା କରୁଥିଲେ । ଏତିକି ବେଳେ ମେସିନ୍ ପଞ୍ଝାରେ ପଡ଼ି ନାଗର ମୃତ୍ୟୁ ହୋଇଥିଲା । ନାଗର ମୃତ୍ୟୁପରେ ଚାଷୀ ଜଣକ ତାକୁ ଫୋପାଡ଼ିବାକୁ ଉଦ୍ୟମ କରିଥିଲେ ବି ଏଥିରେ ବାଧା ଦେଇଥିଲା ନାଗୁଣୀ । ପାଖକୁ ତ ଛାଡ଼ନ୍ତୁ ବିଲ ଭିତରକୁ ବି କାହାକୁ ପଶିବାକୁ ଦେଇନଥିଲା । ଯାହାକୁ ଦେଖୁଥିଲ ଫଣା ଦେଖାଇ ଗର୍ଜନ କରୁଥିଲା । ନାଗୁଣୀର ଏମିତି ବିଚିତ୍ର ରୂପ ଦେଖି ଶେଷରେ ସାପ ଧରାଳିଙ୍କୁ ଡକାଯାଇଥିଲା । ପରେ ପରେ ଆହତ ନାଗୁଣୀକୁ ଉଦ୍ଧାର କରି ଚିକିତ୍ସା କରାଯାଇଥିବା ବେଳେ ନାଗର ମୃତ୍ୟ ଦେହକୁ ଉଠାଯାଇଥିଲା ।
ସେପଟେ ଖବର ବ୍ୟାପିଯିବା ପରେ ସାଙ୍ଗେ ସାଙ୍ଗେ ଗାଁର ଲୋକ ବିଲରେ ପହଞ୍ଚିଥିଲେ । ଏପଟେ, ସାପ ମିତ୍ରଙ୍କ କହିବାନୁସାରେ ନାଗନାଗୁଣୀ ଯୋଡା ପାଖାପାଖି ୧୬ରୁ ୧୭ ବର୍ଷ ହେଲା ଏକାଠି ରହିଆସୁଥିଲେ । ଶୀତ ଦିନ ଯୋଗୁ ଅଧିକାଂଶ ସମୟ ମାଟି ଭିତରେ ଗର୍ତ୍ତ କରି ରହୁଥିଲେ। ମେସିନ୍ ଚାଲିବା ବେଳେ ନାଗର ମୃତ୍ୟୁ ଘଟିଥିଲା । ନାଗରେ ମୃତ୍ୟୁ ରେ ନାଗିନୀକୁ ଗଭୀର ଆଘାତ ଲାଗିଛି। ଘଣ୍ଟା ଘଣ୍ଟା ଧରି ନାଗୁଣୀ ନାଗର ମୃତ ଶରୀର ପାଖେ ବସିରହି ଲୁହ ଗଡାଇଥିଲା। ସତରେ ସେ ମଣିଷ ହଅନ୍ତୁ କି ସରିଶୃପ ଆଖିଆଗାରେ ନିଜର ପ୍ରିୟ ଲୋକ ଚାଲିଗଲେ ଯନ୍ତ୍ରଣା ଅସହ୍ୟ ହୋଇଥାଏ। ଯାହା ଦେଖିବାକୁ ମିଳିଛି ନାଗୁଣୀ କ୍ଷେତ୍ରରେ ।