କନକ ବ୍ୟୁରୋ :  ୨୦୧୮ରେ ସେମିଲିଗୁଡା ପଟ୍ଟାଙ୍ଗି ରାଜପଥ ନିକଟସ୍ଥ କୁତୁଗାଁ ଠାରେ ନିର୍ମାଣ ହୋଇଥିଲା ଡିଗ୍ରୀ କଲେଜ । ୨୦ଲକ୍ଷ ବ୍ୟୟରେ ମଡ଼େଲ ମହାବିଦ୍ୟାଳୟ ନିର୍ମାଣର ମୁଖ୍ୟ ଉଦ୍ଦେଶ୍ୟ ଥିଲା କମ୍ ଖର୍ଚ୍ଚରେ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷିତ କରିବା । ହେଲେ ଭାରତମାଳା ଯୋଜନାରେ ରାସ୍ତା ନିର୍ମାଣ ପାଇଁ କଲେଜ ଭଙ୍ଗା ଯାଇଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧର ଭିତରକୁ ଠେଲି ହୋଇଯାଇଛି । 

Advertisment

ରାୟପୁର-ବିଶାଖାପାଟଣା ଭାରତମାଳା ଯୋଜନା ପାଇଁ କଲେଜ ଜମି ଅଧିଗ୍ରହଣ ହୋଇଛି। ସେମିଳିଗୁଡ଼ା ଚାରାଗାଁ ନିକଟରେ କଲେଜର ନୂଆକୋଠା ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ କେନ୍ଦ୍ର ସରକାର ୧୩.୯୪ କୋଟି ମଞ୍ଜୁର କରିଛନ୍ତି। କିନ୍ତୁ କେନ୍ଦ୍ର ସରକାରଙ୍କ ଅନୁଦାନ ପୂର୍ତ୍ତ ବିଭାଗ ଫେରାଇ ଦେଇଥିବା ଜଣାପଡ଼ିଛି। ନୂଆ କଲେଜ ନିର୍ମାଣ ନେଇ ଅନିଶ୍ଚିତତା ଦେଖାଦେଇଛି ।

ନିଜ ଜିଲ୍ଲାରେ ଉତ୍ତମ ଶିକ୍ଷା ପାଇବା ପାଇଁ କଲେଜର ପୁନଃନିର୍ମାଣ ଦାବି ହୋଇଛି ।