ରାଜଧାନୀ ଉପକଣ୍ଠରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।  ଡ୍ରାଇଭର ମୃତ, ୪ଗୁରୁତର..

Advertisment

ଲିଙ୍ଗିପୁର ଦୟା ବ୍ରିଜ୍ ନିକଟରେ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟିହେଲା କାର । ଡ୍ରାଇଭର ମୃତ, ୪ଗୁରୁତର କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି ।

ଲିଙ୍ଗିପୁର ଦୟା ବ୍ରିଜ୍ ନିକଟରେ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟିହେଲା କାର । ଡ୍ରାଇଭର ମୃତ, ୪ଗୁରୁତର କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି ।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

Photograph: (google)

କନକ ବ୍ୟୁରୋ : ମଝି ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟିହେଲା କାର, ଜଣେ ମୃତ। ଗୁରୁତର ଅବସ୍ଥାରେ ୪ଜଣଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର। ଶୁକ୍ରବାର ବିଳମ୍ବିତ ରାତି ୧ଟା ୨୦ମିନିଟ୍ ସମୟରେ ରାଜଧାନୀ ଉପକଣ୍ଠ ଲିଙ୍ଗିପୁର ଦୟା ବ୍ରିଜ ନିକଟରେ ଏଭଳି ଦୁର୍ଘଟଣା ଘଟିଛି। କାରଟି ପୁରୀରୁ ଭୁବନେଶ୍ବର ଅଭିମୁଖେ ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ପ୍ରଥମେ ଏକ ଗଛ ଓ ପରେ ବିଦ୍ୟୁତ୍ ଖୁଣ୍ଟିରେ ପିଟି ହୋଇଥିଲା କାର। ଗଛ ଓ ବିଦ୍ୟୁତଖୁଣ୍ଟ କ୍ଷତିଗ୍ରସ୍ତ ହୋଇଥିବା ବେଳେ କାରଟି ମଧ୍ୟ ସମ୍ପୂର୍ଣ୍ଣ ଚେପା ହୋଇଯାଇଥିବା ଦେଖିବାକୁ ମିଳିଛି। ଘନ କୁହୁଡ଼ି କାରଣରୁ ରାସ୍ତା ନଜାଣିପାରି କାର ଚାଳକ ଦୁର୍ଘଟଣା ଘଟାଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଆହତ ୪ଜଣ ରାଜେଶ ମହାରଣା, କାହ୍ନୁଚରଣ ମଲ୍ଲିକ, ଚନ୍ଦନ ମଲ୍ଲିକ ଓ ସଂଗ୍ରାମ ରାଉତ। ଏମାନେ ସମସ୍ତେ ମଞ୍ଚେଶ୍ବର ଠାରେ ଥିବା ଏକ ମିକ୍ସଚର କମ୍ପାନୀରେ କାମ କରନ୍ତି। ଗୁରୁତର ମାନଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଧଉଳି ଥାନା ପୁଲିସ ଘଟଣା ସ୍ଥଳରେ ପହଁଚି ଦୁର୍ଘଟଣାଗ୍ରସ୍ତ କାରଟିକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe