ପାତ୍ରପଡ଼ା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : କାଳ ହେଲା ଥାର-ସ୍କର୍ପିଓ ରେସ୍ , ଚାଲିଗଲା କୁନି ଝିଅର ଜୀବନ

ଘର ନିକଟରେ ରାସ୍ତା ପାରିହେବା ବେଳେ ଦ୍ରୁତ ଗତିରେ ଆସି ମାଆ,ପୁଅ ଓ ଝିଅଙ୍କୁ ପିଟି ଚାଲିଗଲା ଅଜଣା ଗାଡ଼ି । ଦୁର୍ଘଟଣାରେ ୮ ବର୍ଷର ଝିଅ ରେଶ୍ମା ରାଉଳଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

Accident

Accident Photograph: (KanakNews)

କନକ ବ୍ୟୁରୋ : ବେପରୁଆ ଗାଡ଼ି ଚାଳନା ଯୋଗୁ ଚାଲିଗଲା କୁନି ଝିଅର ଜୀବନ। ଭୁବନେଶ୍ୱର ପାତ୍ରପଡ଼ା ଛକ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଭୁବନେଶ୍ୱର ପଟିଆ ସ୍ଥିତ ମାମୁ ଘରୁ ଫେରୁଥିଲେ ଦୁଇ ଛୁଆକୁ ଧରି ପାତ୍ରପଡ଼ାର ରେବତୀ ରାଉଳ । ଘର ନିକଟରେ ରାସ୍ତା ପାରିହେବା ବେଳେ ଦ୍ରୁତ ଗତିରେ ଆସି ମାଆ,ପୁଅ ଓ ଝିଅଙ୍କୁ ପିଟି ଚାଲିଗଲା ଅଜଣା ଗାଡ଼ି । ଦୁର୍ଘଟଣାରେ ୮ ବର୍ଷର ଝିଅ ରେଶ୍ମା ରାଉଳଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ମାଆଙ୍କୁ ଭୁବନେଶ୍ୱର ଏମ୍ସକୁ ଅଣାଯାଇଛି । ସୌଭାଗ୍ୟକୁ ୨ ବର୍ଷର ଶିଶୁପୁତ୍ର ସାମାନ୍ୟ ଆହତ ହୋଇଛି । ଅଭିଯୋଗ ପାଇବା ପରେ ପୁଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । 

ସାଧାରଣରେ ପ୍ରଶ୍ନ ଉଠୁଛି : 

କୁଆଡ଼େ ଗଲା ଆକ୍ସିଡେଣ୍ଟ ଘଟାଇଥିବା ଗାଡି? 
ସିସିଟିଭି ଯାଞ୍ଚରୁ ଧରିବ କି ପୁଲିସ? 
ନା’ ଖସିଯିବେ ଦୁର୍ଘଟଣା ଘଟାଇଥିବା ଅଭିଯୁକ୍ତ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe