କନକ ବ୍ୟୁରୋ : ବେପରୁଆ ଗାଡ଼ି ଚାଳନା ଯୋଗୁ ଚାଲିଗଲା କୁନି ଝିଅର ଜୀବନ। ଭୁବନେଶ୍ୱର ପାତ୍ରପଡ଼ା ଛକ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଭୁବନେଶ୍ୱର ପଟିଆ ସ୍ଥିତ ମାମୁ ଘରୁ ଫେରୁଥିଲେ ଦୁଇ ଛୁଆକୁ ଧରି ପାତ୍ରପଡ଼ାର ରେବତୀ ରାଉଳ । ଘର ନିକଟରେ ରାସ୍ତା ପାରିହେବା ବେଳେ ଦ୍ରୁତ ଗତିରେ ଆସି ମାଆ,ପୁଅ ଓ ଝିଅଙ୍କୁ ପିଟି ଚାଲିଗଲା ଅଜଣା ଗାଡ଼ି । ଦୁର୍ଘଟଣାରେ ୮ ବର୍ଷର ଝିଅ ରେଶ୍ମା ରାଉଳଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ମାଆଙ୍କୁ ଭୁବନେଶ୍ୱର ଏମ୍ସକୁ ଅଣାଯାଇଛି । ସୌଭାଗ୍ୟକୁ ୨ ବର୍ଷର ଶିଶୁପୁତ୍ର ସାମାନ୍ୟ ଆହତ ହୋଇଛି । ଅଭିଯୋଗ ପାଇବା ପରେ ପୁଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।
ସାଧାରଣରେ ପ୍ରଶ୍ନ ଉଠୁଛି :
କୁଆଡ଼େ ଗଲା ଆକ୍ସିଡେଣ୍ଟ ଘଟାଇଥିବା ଗାଡି?
ସିସିଟିଭି ଯାଞ୍ଚରୁ ଧରିବ କି ପୁଲିସ?
ନା’ ଖସିଯିବେ ଦୁର୍ଘଟଣା ଘଟାଇଥିବା ଅଭିଯୁକ୍ତ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/08/10/accident-2025-08-10-07-48-38.jpg)