ପିଚୁ ଟ୍ରକକୁ ଚାପିଦେଲା ହାଇୱା ; ୩ ମୃତ, ଜଣେ ଗୁରୁତର

ଢେଙ୍କାନାଳ କାମାକ୍ଷାନଗର ରେକୁଳା ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପୂର୍ତ୍ତବିଭାଗ ପକ୍ଷରୁ ପିଚୁ ରାସ୍ତା କାମ ଚାଲୁଥିବାବେଳେ ଚାପିଦେଲା ହାଇୱା । ୩ ଶ୍ରମିକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ।

Accident kamakhyanagar

Accident kamakhyanagar Photograph: (KanakNews)

କନକ ବ୍ୟୁରୋ: କାମାକ୍ଷାନଗର ଥାନା ରେକୁଳା ସତସଙ୍ଗ କେନ୍ଦ୍ର ସାମ୍ନାରେ ଭୟଙ୍କର ଦୁର୍ଘଟଣା । ରାସ୍ତାକାମରେ ନିୟୋଜିତ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ହାଇୱା ଧକ୍କା ଦେବା ଫଳରେ ରୋଲର ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି । 

ସୂଚନା ଅନୁସାରେ , ଗତକାଲି ବିଳମ୍ବିତ ରାତିରେ କାମାକ୍ଷାନଗର-ଢେଙ୍କାନାଳ ପୂର୍ତ୍ତ ବିଭାଗ ରାସ୍ତାର ରେକୁଳା ସତସଙ୍ଗ କେନ୍ଦ୍ର ସାମ୍ନାରେ ରାସ୍ତାରେ ପିଚୁ କାମ ହେଉଥିଲା । ଏଥିରେ ଶ୍ରମିକ ମାନେ ନିୟୋଜିତ ଥିବାବେଳେ ଶ୍ରମିକଙ୍କୁ ଧକ୍କା ଦେଇଥିଲା ହାଇୱା । ଫଳରେ ଶ୍ରମିକ ମାନେ ନିକଟରେ ପିଚୁକୁ ରୋଲିଙ୍ଗ କରୁଥିବା ରୋଲର ମେସିନ ଓ ଏକ ବିଦ୍ୟୁତ ଖୁଣ୍ଟ ମଝିରେ ଚାପି ହୋଇଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଘଟଣା ସ୍ଥଳରେ ସେମାନଙ୍କର  ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଛି । ରେକୁଳା ଗାଁର କ୍ଷିରୋଦ ସାହୁ ଓ ଅନ୍ୟ ମୃତକଙ୍କର ପରିଚୟ ମିଳିପାରିନାହିଁ । ଗ୍ରାମବାସୀଙ୍କ ତରଫରୁ କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି । କାମାକ୍ଷାନଗରରୁ ଢେଙ୍କାନାଳ ରାସ୍ତା ଯାତାୟାତ ଠପ୍ ହୋଇଯାଇଛି । ରାସ୍ତାର ଉଭୟ ପଟେ ଗାଡି ମୋଟର ଅଟକି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe