କନକ ବ୍ୟୁରୋ: କାମାକ୍ଷାନଗର ଥାନା ରେକୁଳା ସତସଙ୍ଗ କେନ୍ଦ୍ର ସାମ୍ନାରେ ଭୟଙ୍କର ଦୁର୍ଘଟଣା । ରାସ୍ତାକାମରେ ନିୟୋଜିତ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ହାଇୱା ଧକ୍କା ଦେବା ଫଳରେ ରୋଲର ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ , ଗତକାଲି ବିଳମ୍ବିତ ରାତିରେ କାମାକ୍ଷାନଗର-ଢେଙ୍କାନାଳ ପୂର୍ତ୍ତ ବିଭାଗ ରାସ୍ତାର ରେକୁଳା ସତସଙ୍ଗ କେନ୍ଦ୍ର ସାମ୍ନାରେ ରାସ୍ତାରେ ପିଚୁ କାମ ହେଉଥିଲା । ଏଥିରେ ଶ୍ରମିକ ମାନେ ନିୟୋଜିତ ଥିବାବେଳେ ଶ୍ରମିକଙ୍କୁ ଧକ୍କା ଦେଇଥିଲା ହାଇୱା । ଫଳରେ ଶ୍ରମିକ ମାନେ ନିକଟରେ ପିଚୁକୁ ରୋଲିଙ୍ଗ କରୁଥିବା ରୋଲର ମେସିନ ଓ ଏକ ବିଦ୍ୟୁତ ଖୁଣ୍ଟ ମଝିରେ ଚାପି ହୋଇଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଘଟଣା ସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଛି । ରେକୁଳା ଗାଁର କ୍ଷିରୋଦ ସାହୁ ଓ ଅନ୍ୟ ମୃତକଙ୍କର ପରିଚୟ ମିଳିପାରିନାହିଁ । ଗ୍ରାମବାସୀଙ୍କ ତରଫରୁ କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି । କାମାକ୍ଷାନଗରରୁ ଢେଙ୍କାନାଳ ରାସ୍ତା ଯାତାୟାତ ଠପ୍ ହୋଇଯାଇଛି । ରାସ୍ତାର ଉଭୟ ପଟେ ଗାଡି ମୋଟର ଅଟକି ରହିଛି ।