ମାଲକାନଗିରିରେ ଅଭାବନୀୟ ଘଟଣା, ଦୁର୍ବୃତ୍ତଙ୍କ ଆକ୍ରମଣରେ ୱେବ୍ ସାମ୍ବାଦିକଙ୍କ ମୃତ୍ୟୁ

ଦୁର୍ବୃତ୍ତଙ୍କ ଆକ୍ରମଣରେ ୱେବ୍ ସାମ୍ବାଦିକଙ୍କ ମୃତ୍ୟୁ, ୨ଟି ବାଇକରେ ଆସି କାର ଭଙ୍ଗାରୁଜା କରିବା ସହ ଖଣ୍ଡାରେ ଚୋଟ ପକାଇଥିଲେ ୫ ଜଣ ଦୁର୍ବୃତ୍ତ

ୱେବ୍ ସାମ୍ବାଦିକଙ୍କୁ ହତ୍ୟା

ୱେବ୍ ସାମ୍ବାଦିକଙ୍କୁ ହତ୍ୟା Photograph: (KanakNews)

କନକ ବ୍ୟୁରୋ : ୱେବ ସାମ୍ବାଦିକଙ୍କୁ ଆକ୍ରମଣ । ଦୁର୍ବୃତ୍ତଙ୍କ ଆକ୍ରମଣରେ ୱେବ ସାମ୍ବାଦିକ ଚିନ୍ତାକାଏଲା ନରେଶଙ୍କ ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଖବର ମାଲକାନଗିରିରୁ ଆସିଛି । ମିଳିଥିବା ସୂଚନା ମୁତାବକ, ମୋଟୁ ମୁରଲିଗୁଡା ଠାରେ ସାମ୍ବାଦିକଙ୍କୁ କାରକୁ ଅଟକାଇ ଆକ୍ରମଣ କରିଥିଲେ ଦୁବୃର୍ତ୍ତ ।

୨ଟି ବାଇକରେ ଆସି ୫ ଜଣ ଦୁବୃର୍ତ୍ତ ଆକ୍ରମଣ କରିଥିଲେ । କାରକୁ ଭଙ୍ଗାରୁଜା କରିବା ସହ ଖଣ୍ଡାରେ ଆକ୍ରମଣ କରିଥିଲେ । ଏହାପରେ ଫେରାର ହୋଇ ଯାଇଥିଲେ । ଗୁରୁତର ଅବସ୍ଥାରେ ଚିନ୍ତାକାଏଲାଙ୍କୁ ହସ୍ପିଟାଲକୁ ଅଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe