କନକ ବ୍ୟୁରୋ : ୱେବ ସାମ୍ବାଦିକଙ୍କୁ ଆକ୍ରମଣ । ଦୁର୍ବୃତ୍ତଙ୍କ ଆକ୍ରମଣରେ ୱେବ ସାମ୍ବାଦିକ ଚିନ୍ତାକାଏଲା ନରେଶଙ୍କ ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଖବର ମାଲକାନଗିରିରୁ ଆସିଛି । ମିଳିଥିବା ସୂଚନା ମୁତାବକ, ମୋଟୁ ମୁରଲିଗୁଡା ଠାରେ ସାମ୍ବାଦିକଙ୍କୁ କାରକୁ ଅଟକାଇ ଆକ୍ରମଣ କରିଥିଲେ ଦୁବୃର୍ତ୍ତ ।

Advertisment

୨ଟି ବାଇକରେ ଆସି ୫ ଜଣ ଦୁବୃର୍ତ୍ତ ଆକ୍ରମଣ କରିଥିଲେ । କାରକୁ ଭଙ୍ଗାରୁଜା କରିବା ସହ ଖଣ୍ଡାରେ ଆକ୍ରମଣ କରିଥିଲେ । ଏହାପରେ ଫେରାର ହୋଇ ଯାଇଥିଲେ । ଗୁରୁତର ଅବସ୍ଥାରେ ଚିନ୍ତାକାଏଲାଙ୍କୁ ହସ୍ପିଟାଲକୁ ଅଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।