Photograph: (kanaknews)
କନକ ବ୍ୟୁରୋ : ଜାଗରରେ ଚାଲିଗଲା ଜୀବନ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିକଟସ୍ଥ ଝାଡ଼ଖଣ୍ଡ ସିଆଲଯୋଡାରେ ଅଘଟଣ । ଗଛରେ ବାଇକ ପିଟି ହେବାରୁ ଜଣଙ୍କର ମୃତ୍ୟୁ ଏବଂ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ଚମ୍ପୁଆ ଧଳାଡିହର ପ୍ରଶାନ୍ତ ଗିରି । ଆହତ ଚମ୍ପୁଆ ଏଲଆଇସି କୋଲୋନୀର ରଜତ ରଜକ । ଦୁହେଁ ଚମ୍ପୁଆ ନିକଟସ୍ଥ ରାମତୀର୍ଥ ଶିବମନ୍ଦିରକୁ ଯାଇ ଆଉ ଫେରିନଥିଲେ ।
ଅଧିକ ପଢନ୍ତୁ : କେନ୍ଦୁଝର ଜିଲ୍ଲା ନରଣପୁରରେ ଅଘଟଣ । ଗାଧୋଉଥିବା ବେଳେ ପୋଖରୀରେ ବୁଡି ଦଶମ ଶ୍ରେଶୀ ଛାତ୍ର ନିଖୋଜ
ତେବେ ଆଜି ସକାଳୁ ମର୍ଣ୍ଣିଂ ୱାର୍କ ଯାଇଥିବା କିଛି ବ୍ୟକ୍ତି ସିଆଲଯୋଡ଼ା ନିକଟରେ ରାସ୍ତା କଡ଼ରେ ଦୁଇଜଣ ପଡ଼ିଥିବା ଦେଖିବାକୁ ପାଇଥିଲେ । ଉଭୟଙ୍କୁ ଚମ୍ପୁଆ ଡାକ୍ତରଖାନା ଅଣାଯାଇଥିବା ବେଳେ ପ୍ରଶାନ୍ତଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ଡାକ୍ତର । ଗୁରୁତର ରଜତଙ୍କୁ କେନ୍ଦୁଝର ଜିଲ୍ଲା ଡାକ୍ତର ଖାନା ସ୍ଥାନାନ୍ତର କରାଯାଇଛି ।
Follow Us