ଏମିତି ବି ଆସେ ମୃତ୍ୟୁ; ପିଲା ଆଗରେ ଚାଲିଗଲା ବାପାମା'ଙ୍କ ଜୀବନ

Advertisment

ବାପା, ମାଆ ଓ ପୁଅ ବାଇକ ଯୋଗେ କୁଆଖିଆ ପଟୁ ପାଣିକୋଇଲି ଅଭିମୁଖେ ଯାଉଥିଲେ । ଏହି ସମୟରେ ପୁରୁଣା ଟୋଲଗେଟ ନିକଟରେ ଏକ ଅଜଣା ଗାଡି ବାଇକକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି କୁନି ପୁଅ ।

ବାପା, ମାଆ ଓ ପୁଅ ବାଇକ ଯୋଗେ କୁଆଖିଆ ପଟୁ ପାଣିକୋଇଲି ଅଭିମୁଖେ ଯାଉଥିଲେ । ଏହି ସମୟରେ ପୁରୁଣା ଟୋଲଗେଟ ନିକଟରେ ଏକ ଅଜଣା ଗାଡି ବାଇକକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି କୁନି ପୁଅ ।

Tragic Accident 1

Photograph: (KANAK NEWS)

କନକ ବ୍ୟୁରୋ : ବାଇକକୁ ପଛରୁ ପିଟିଲା ଅଜଣା ଗାଡ଼ି । କୁନି ପୁଅ ଆଖି ଆଗରେ ଚାଲିଗଲା ମା' ର ଜୀବନ । ମେଡ଼ିକାଲରେ ବାପାଙ୍କୁ ମୃତ ଘୋଷଣା କଲେ ଡାକ୍ତର । ପାଣିକୋଇଲି ଥାନା ପୁରୁଣା ଟୋଲଗେଟ ନିକଟରୁ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣାର ଦୃଶ୍ୟ ସାମ୍ନାକୁ ଆସିଛି ।

ବାପା, ମାଆ ଓ ପୁଅ ବାଇକ ଯୋଗେ କୁଆଖିଆ ପଟୁ ପାଣିକୋଇଲି ଅଭିମୁଖେ ଯାଉଥିଲେ । ଏହି ସମୟରେ ପୁରୁଣା ଟୋଲଗେଟ ନିକଟରେ ଏକ ଅଜଣା ଗାଡି ବାଇକକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି କୁନି ପୁଅ । ଘଟଣାସ୍ଥଳରେ ମାଆ ମୃତ୍ୟବରଣ କରିଥିବା ବେଳେ ବାପାଙ୍କୁ ମେଡ଼ିକାଲରେ ମୃତ ଘୋଷଣା କରିଛନ୍ତି ଡାକ୍ତର । ମୃତ ଦମ୍ପତ୍ତିଙ୍କ ପରିଚୟ ଅସ୍ପଷ୍ଟ ରହିଛି । ପାଣିକୋଇଲି ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଛି । ଶିଶୁପୁତ୍ରକୁ ପୋଲିସ ହେପାଯତକୁ ନେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe