କନକ ବ୍ୟୁରୋ : କଟକରେ ଭୟଙ୍କର ଦୁର୍ଘଟଣା। ସଦର ଥାନା ଓରାଳି ନିକଟ କାଠଯୋଡ଼ି ପୋଲ ଉପରେ ବାଇକ୍ ଧକ୍କା ଦେଲା ଟ୍ରକ୍ । ଘଟଣାସ୍ଥଳରେ ଚାଲିଗଲା ଦମ୍ପତିଙ୍କ ଜୀବନ ସ୍ବା । ମୀ, ସ୍ତ୍ରୀ ଏବଂ ତାଙ୍କର ଜଣେ ପିଲା ବାଇକରେ ଯାଉଥିବା ବେଳେ ଧକ୍କା ଦେଲା ଟ୍ରକ୍ । ପିଲାଟି ଅଳ୍ପକେ ବର୍ତ୍ତି ଯାଇଛି । ଯାହାକୁ ନେଇ ସ୍ଥାନୀୟ ବାସୀନ୍ଦା ରାସ୍ତା ଅବରୋଧ କରିଥିଲେ । ଲିଙ୍କରୋଡଠାରୁ କଟକ-ଭୁବନେଶ୍ବର ଜାତୀୟ ରାଜପଥ ଯାମ ହୋଇଯାଇଥିଲା। ପରେ ପୁଲିସ ବୁଝାସୁଝା କରିବା ପରେ ପ୍ରତିବାଦରୁ ଓହରିଥିଲେ ଲୋକେ । ମୃତ ଦମ୍ପତି ହେଲେ ଦେବିପ୍ରସାଦ ପାଲ, ଶୁସ୍ମିତା ପାଲ, ସେମାନେ ଉୁବନେଶ୍ବର ଉତ୍ତରାରେ ରହୁଥିଲେ। ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଓଡ଼ିଶାର । ସେଥିରେ ଆଇରନ ଵୋଝେଇ ହୋଇଥିଲା । ଟ୍ରକକୁ ଜବତ୍ କରିବା ସହ ଡ଼୍ରାଇଭରଙ୍କୁ ସଦର ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ ।
କଟକରେ ଭୟଙ୍କର ଦୁର୍ଘଟଣା, ସଦର ଥାନା ଓରାଳି ନିକଟ କାଠଯୋଡି ପୋଲ ଉପରେ ଟ୍ରକ ଧକ୍କାରେ ଦମ୍ପତି ମୃତ୍ୟୁ
ମୀ, ସ୍ତ୍ରୀ ଏବଂ ତାଙ୍କର ଜଣେ ପିଲା ବାଇକରେ ଯାଉଥିବା ବେଳେ ଧକ୍କା ଦେଲା ଟ୍ରକ୍ । ପିଲାଟି ଅଳ୍ପକେ ବର୍ତ୍ତି ଯାଇଛି । ଯାହାକୁ ନେଇ ସ୍ଥାନୀୟ ବାସୀନ୍ଦା ରାସ୍ତା ଅବରୋଧ କରିଥିଲେ । ଲିଙ୍କରୋଡଠାରୁ କଟକ-ଭୁବନେଶ୍ବର ଜାତୀୟ ରାଜପଥ ଯାମ ହୋଇଯାଇଥିଲା। ପରେ ପୁଲିସ ବୁଝାସୁଝା କରିବା ପରେ ପ୍ରତିବାଦରୁ ଓହରିଥିଲେ ଲୋକେ ।
/kanak/media/media_files/2025/08/22/4-2025-08-22-07-48-52.jpg)