କନକ ବ୍ୟୁରୋ : ଅନ୍ଲାଇନ୍ ଗେମ୍ ହେଲା କାଳ । ବାଥରୁମ୍ରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲା ଅଷ୍ଟମ ଶ୍ରେଣୀର ଛାତ୍ର । ଅନଲାଇନ ଗେମ୍ ଖେଳକୁ ପରିବାର ଲୋକେ ବାରଣ କରିବାରୁ ବାଥରୁମରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ବାଲେଶ୍ବର ସିଂଲା ଥାନା ଜଣଶୁଳି ଗାଁର ସନ୍ତୋଷ ଜେନାଙ୍କ ପୁଅ ଜୟକୃଷ୍ଣ ଜେନା ନାମକ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ସବୁ ସମୟରେ ଅନଲାଇନ୍ ଗେମ୍ ଖେଳିବା, ମୋବାଇଲରେ ଦେଖିବାରେ ବ୍ୟସ୍ତ ରହୁଥିଲା । ଏନେଇ ପରିବାର ଲୋକେ ବାରମ୍ବାର ବିରୋଧ କରି ଆସୁଥିଲେ । ଆଜି ସକାଳେ ପାଠ ନପଢ଼ି ଗେମ୍ ଖେଳୁଥିବାରୁ ମାଆ ବିରକ୍ତି ହୋଇଥିଲେ । ଏଥିରେ ସେ ରାଗିଯାଇ ଗାଧୁଆଘର ଭିତରେ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଥିଲା । ବହୁ ସମୟ ଧରି ବାଥରୁମରୁ ନବାହାରିବାରୁ ପରିବାର ଲୋକେ କବାଟ ଭାଙ୍ଗି ପଶିଥିଲେ । ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ବସ୍ତା ଡ଼ାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ଅନ୍ଲାଇନ୍ ଗେମ୍ ହେଲା କାଳ : ବାପା ମା’ ଫୋନ୍ ଦେଖିବାକୁ ବାରଣ କରିବାରୁ ଝୁଲି ପଡ଼ିଲେ ନାବାଳକ
ଆଜି ସକାଳେ ପାଠ ନପଢ଼ି ଗେମ୍ ଖେଳୁଥିବାରୁ ମାଆ ବିରକ୍ତି ହୋଇଥିଲେ । ଏଥିରେ ସେ ରାଗିଯାଇ ଗାଧୁଆଘର ଭିତରେ ବେକରେ ଗାମୁଛା ଲଗାଇ ଝୁଲି ପଡ଼ିଥିଲା । ବହୁ ସମୟ ଧରି ବାଥରୁମରୁ ନବାହାରିବାରୁ ପରିବାର ଲୋକେ କବାଟ ଭାଙ୍ଗି ପଶିଥିଲେ ।
/kanak/media/media_files/2025/08/12/phone-2025-08-12-10-03-16.jpg)