୨ ଗୋଦାମରେ ଅଗ୍ନିକାଣ୍ଡ : ଫସି ରହିଥିବା ୧୬ ଜଣଙ୍କ ମୃତ୍ୟୁ ଆଶଙ୍କା

Advertisment

ସୋମବାର ପ୍ରତ୍ୟୁଷରେ ଅଗ୍ନିକାଣ୍ଡ ଘଟିବା ପରେ ତିନି ଜଣ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏଥିରେ ଅନ୍ୟ ୧୩ ଜଣ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ବୋଲି ପୁଲିସ କହିଛି। ଅଧିକାରୀଙ୍କ ଅନୁସାରେ, ସେହି ଅଞ୍ଚଳର ଗୋଟିଏ ଗୋଦାମରେ ଭୋର ପ୍ରାୟ ୩ଟା ସମୟରେ ନିଆଁ ଲାଗିଥିଲା।

ସୋମବାର ପ୍ରତ୍ୟୁଷରେ ଅଗ୍ନିକାଣ୍ଡ ଘଟିବା ପରେ ତିନି ଜଣ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏଥିରେ ଅନ୍ୟ ୧୩ ଜଣ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ବୋଲି ପୁଲିସ କହିଛି। ଅଧିକାରୀଙ୍କ ଅନୁସାରେ, ସେହି ଅଞ୍ଚଳର ଗୋଟିଏ ଗୋଦାମରେ ଭୋର ପ୍ରାୟ ୩ଟା ସମୟରେ ନିଆଁ ଲାଗିଥିଲା।

Fire

Fire Photograph: (google)

ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗଣା ଜିଲ୍ଲାର ନଜିରାବାଦ ଅଞ୍ଚଳରେ ଦୁଇଟି ଗୋଦାମରେ ସୋମବାର ପ୍ରତ୍ୟୁଷରେ ଅଗ୍ନିକାଣ୍ଡ ଘଟିବା ପରେ ତିନି ଜଣ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏଥିରେ ଅନ୍ୟ ୧୩ ଜଣ କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ବୋଲି ପୁଲିସ କହିଛି। ଅଧିକାରୀଙ୍କ ଅନୁସାରେ, ସେହି ଅଞ୍ଚଳର ଗୋଟିଏ ଗୋଦାମରେ ଭୋର ପ୍ରାୟ ୩ଟା ସମୟରେ ନିଆଁ ଲାଗିଥିଲା। ​​ଏହା ପାଖ ଗୋଦାମକୁ ବ୍ୟାପିଯାଇଥିଲା। ଏପର୍ଯ୍ୟନ୍ତ ତିନୋଟି ମୃତଦେହ ଉଦ୍ଧାର କରାଯାଇଛି। ଅନେକ ଏବେ ବି ନିଖୋଜ ରହିଥିବା ବାରୁଇପୁର ପୁଲିସ ଜିଲ୍ଲାର ଏସ୍‌ପି ଶୁଭେନ୍ଦ୍ର କୁମାର କହିଛନ୍ତି। ଅନ୍ୟ ଜଣେ ପୁଲିସ ଅଧିକାରୀ କହିଛନ୍ତି ଅତି କମ୍‌ରେ ୧୬ ଜଣ ନିଖୋଜ ଅଛନ୍ତି। ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ପର୍ଯ୍ୟନ୍ତ ତିନୋଟି ପୋଡ଼ିଯାଇଥିବା ମୃତଦେହ ଉଦ୍ଧାର କରାଯାଇଛି। ବାକି ୧୩ ଜଣଙ୍କ ପରିବାର ସଦସ୍ୟ ଚିନ୍ତାରେ ରହିଛନ୍ତି। ନିଆଁକୁ ସମ୍ପୂର୍ଣ୍ଣ ଲିଭାଇବା ଓ ଆବର୍ଜନା ହଟାଇବା କାର୍ଯ୍ୟ ଏବେ ବି ଜାରି ରହିଛି। ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଦକ୍ଷିଣ ୨୪ ପରଗନାର ବାସିନ୍ଦା ଆଲୋକ ନସ୍କର କହିଛନ୍ତି, ମୋ ଜ୍ୱାଇଁ ପଙ୍କଜ ହାଲଦର ମୋତେ ଫୋନ୍ କରି କହିଥିଲେ ଯେ, ସେ କାମ କରୁଥିବା ଗୋଦାମରେ ନିଆଁ ଲାଗିଛି। ସେ ଅନ୍ୟ ତିନି ଜଣଙ୍କ ସହିତ ଫସି ରହିଛନ୍ତି। ସେ ଏହା ମଧ୍ୟ କହିଥିଲେ ଯେ ସେମାନେ ବାହାରକୁ ଆସିବା ପାଇଁ କାନ୍ଥ ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି। ଯେତେବେଳେ ମୁଁ ତାଙ୍କୁ ଫୋନ୍ କରିବାକୁ ଚେଷ୍ଟା କଲି, ତାଙ୍କ ମୋବାଇଲ୍ ଫୋନ୍ ବନ୍ଦ ଥିଲା। ରାଜ୍ୟ ମନ୍ତ୍ରୀ ଅରୂପ ବିଶ୍ୱାସ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସେ କହିଛନ୍ତି, ଅଗ୍ନିକାଣ୍ଡ ପରେ ଛଅ ଜଣ ନିଖୋଜ ହୋଇଥିବା ସୂଚନା ମିଳିଛି। ମୁଁ ପରିବାରବର୍ଗଙ୍କ ସହିତ କଥା ହୋଇଛି। ଅଗ୍ନିଶମ କର୍ମଚାରୀମାନେ ଏବେ ବି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ବିରୋଧୀ ଦଳ ଭାରତୀୟ ଜନତା ପାର୍ଟି (ବିଜେପି) ସରକାରଙ୍କୁ ସମାଲୋଚନା କରି ଅଭିଯୋଗ କରିଛି ଯେ, ଗଣତନ୍ତ୍ର ଦିବସ ଯୋଗୁ ଅଧିକାରୀମାନେ ଛୁଟି ଉପଭୋଗ କରୁଛନ୍ତି। ଏପରିସ୍ଥଳେ କିଏ ନିଆଁ ଲିଭାଇବ? ରାଜ୍ୟ ସରକାର ଛୁଟିରେ ଅଛନ୍ତି। ଆଜି ଗଣତନ୍ତ୍ର ଦିବସ। ପୂର୍ବ ମିଦନାପୁର ଜିଲ୍ଲାର ମୋଇନାରୁ ଜଣେ ବ୍ୟକ୍ତି ମଧ୍ୟ ନିଖୋଜ ଅଛନ୍ତି ବୋଲି ନନ୍ଦିଗ୍ରାମର ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe