କନକ ବ୍ୟୁରୋ : ମୃତ୍ୟୁ ଦୁଃଖଠାରୁ ବି ବଳିଗଲା ଶବ ସଂସ୍କାର ଦୁଃଖ । କାଦୁଅ ପଚ ପଚ ରାସ୍ତାରେ ନେଲେ ଶବ । କିଛି ଦିନ ତଳେ ଘଟିଥିବା ଘଟଣାର ପୁନରାବୃତ୍ତି ଘଟିଛି । ସେହି ସମାନ ଗାଁର କାହାଣୀ ପୁଣି ଘଟିଛି । ରାସ୍ତା ସମସ୍ୟା ଯୋଗୁ ଅନେକ ଅସୁବିଧା ଉପୁଜିଛି । କଳାହାଣ୍ଡି କୁଣ୍ଡାବନ୍ଧ ଗାଁରେ ରାସ୍ତା ନଥିବାରୁ ଶବ ନେବା ସମସ୍ୟା ପୁନରାବୃତ୍ତି ଘଟିଛି । ମୃତଦେହକୁ ଶ୍ମଶାନ ପର୍ୟ୍ୟନ୍ତ ନେବାରେ ନାକେଦମ୍ ହୋଇ ପଡ଼ିଛନ୍ତି ପୂରା ପରିବାର । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ରାସ୍ତା ସାରା କାଦୁଅ ପଚପଚରେ ଭର୍ତ୍ତି ହୋଇଛି । ଶବରୁ ନେଇ କାଠ ନେବା ପର୍ୟ୍ୟନ୍ତ ନୟାନ୍ତ ହୋଇପଡ଼ିଛନ୍ତି ପରିବାର ଲୋକ । ଜଣେ ବ୍ୟକ୍ତିଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ବେଳେ ଗାଁରୁ ୩ କିମି ଦୂର ଶ୍ମଶାନକୁ ବି ମୃତଦେହ ନେବାରେ ସମସ୍ୟା ଉପୁଜିଛି । ଭଲ ରାସ୍ତା ନଥିବାରୁ ତେଲ ନଦୀ କୂଳରେ ଥିବା ଶ୍ମଶାନକୁ କ୍ଷେତ ,ବିଲ ବାଡ଼ ଡେଇଁ ଯିବାକୁ ପଡ଼ିଥାଏ । ଖାସ୍ କରି ବର୍ଷା ଦିନରେ ଗାଁ ଲୋକଙ୍କ ଭିତରୁ କାହାର ମୃତ୍ୟୁ ହେଲେ ପରିବାର ବର୍ଗଙ୍କୁ ବହୁତ ଅସୁବିଧା ହୋଇଥାଏ । ଯାହାର ଚିତ୍ର ଏବେ ସାମ୍ନାକୁ ଆସିଛି । ବାରମ୍ବାର ସେହି ସମାନ ଜାଗାରେ ଶବ ନେବା ଓ ସମସ୍ୟାର ସମ୍ମୁଖୀନ ହେବା ଭିଡିଓ ଭାଇରାଲ ହେବାରେ ଲାଗିଛି ।