କନକ ବ୍ୟୁରୋ: ଆସନ୍ତାକାଲି ପୁରୀରେ ପାଳନ ହେବ ନୌସେନା ଦିବସ । କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନୌବୀରଙ୍କ ପରାକ୍ରମ ଦେଖିବାକୁ ଶ୍ରୀକ୍ଷେତ୍ରରେ ଜମିବ ପ୍ରବଳ ଭିଡ଼ । ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। 

Advertisment

ଭୁବନେଶ୍ୱରରୁ ଆସୁଥିବା ୪ ଚକିଆ ଯାନ ଗୁଡ଼ିବ ମାଳତିପାଟପୁରଠାରୁ ଗ୍ରୀଡ ଷ୍ଟେସନ ଦେଇ ତାଳବଣିଆ ଯିବେ । ଦୁଇ ଚକିଆ ଯାନ ଗୁଡ଼ିକ ବାଟଗାଁରୁ ମଙ୍ଗଳାହାଟ ବାଇପାସ ଦେଇ ଷ୍ଟଲିନ୍‌ ଯାଏ ଯିବେ । କୋଣାର୍କ ପଟୁ ଆସୁଥିବା ଯାତ୍ରୀ ତାଳବଣିଆରେ ଗାଡ଼ି ପାର୍କିଂ କରିପାରିବେ । ବ୍ରହ୍ମଗିରି ପଟୁ ଆସୁଥିବା ଦର୍ଶକ ଷ୍ଟଲିନ୍‌ ନିକଟରେ ଗାଡ଼ି ରଖିପାରିବେ । ଅରେଞ୍ଜ ପାସଧାରୀଙ୍କ ପାଇଁ ଜେଲ୍‌ ରୋଡ୍‌ ଓ ଶରଧାବାଲିରେ ପାର୍କିଂ ବ୍ୟବସ୍ଥା । ବ୍ଲୁ ପାସଧାରୀଙ୍କ ପାଇଁ ହୋଟେଲ ନୀଳାଚଳ ଅଶୋକ ଏବଂ ଏସସିଏସ କଲେଜରେ ପାର୍କିଂ ବ୍ୟବସ୍ଥା । 

କେମିତି ଯିବେ ପୁରୀ?
ନୌସେନା ଦିବସ ପାଇଁ ପୁରୀରେ ଟ୍ରାଫିକ କଟକଣା 
ଭୁବନେଶ୍ୱରରୁ ଆସୁଥିବା ୪ ଚକିଆ ଯାନ ପାଇଁ ସ୍ୱତନ୍ତ୍ର ମାର୍ଗ
ମାଳତିପାଟପୁରଠାରୁ ଗ୍ରୀଡ ଷ୍ଟେସନ ଦେଇ ତାଳବଣିଆ ଯିବ ଗାଡ଼ି
ଦୁଇ ଚକିଆ ଯାନ ମଙ୍ଗଳାହାଟ ବାଇପାସ ଦେଇ ଷ୍ଟର୍ଲିଂ ଯାଏ ଯିବ
କୋଣାର୍କ ପଟୁ ଆସୁଥିଲେ ତାଳବଣିଆରେ ଗାଡ଼ି ପାର୍କିଂ ବ୍ୟବସ୍ଥା
ବ୍ରହ୍ମଗିରି ପଟୁ ଆସୁଥିଲେ ଷ୍ଟର୍ଲିଂ ନିକଟରେ ଗାଡ଼ି ରଖିପାରିବେ
ଅରେଞ୍ଜ ପାସଧାରୀ ଜେଲ୍‌ ରୋଡ୍‌ ଓ ଶରଧାବାଲିରେ ପାର୍କିଂ କରିବେ
ବ୍ଲୁ ପାସଧାରୀ ହୋଟେଲ ନୀଳାଚଳ ଅଶୋକ ଓ ଏସସିଏସ କଲେଜ କ୍ୟାମ୍ପସରେ ଗାଡ଼ି ରଖିବେ