କନକ ବ୍ୟୁରୋ: ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ରାସ୍ତାକୁ ସମ୍ପୂର୍ଣ୍ଣଭାବେ ଟ୍ରାଫିକ ଲାଇଟ୍ ମୁକ୍ତ କରାଯିବ। ଏ ନେଇ ନୂତନ ଜ୍ଞାନ କୌଶଳର ବ୍ୟବହାର କରାଯାଉଛି । ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ, ଭୁବନେଶ୍ୱର ସହରକୁ ଭିଡ଼ ମୁକ୍ତ କରିବାକୁ ଜୁନ ୧୨ରେ ଏକା ଧିକ ରାସ୍ତା ଏବଂ ପ୍ରକଳ୍ପର ଶିଳାନ୍ୟାସ ହେବ । ସେସବୁ ପ୍ରକଳ୍ପର ମାସେ ଭିତରେ ଟେଣ୍ଡର ପ୍ରକ୍ରିୟା ସରିବ । ଅଢେଇରୁ ୩ ବର୍ଷ ଭିତରେ ସମସ୍ତ ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମାସେ ଭିତରେ ଆରମ୍ଭ ହେବ ରିଙ୍ଗ ରୋଡ଼ କାମ । ଜମି ଅଧିଗ୍ରହଣ ପ୍ରକ୍ରିୟା ମାସେ ଭିତରେ ସରିବ । ଡିସେମ୍ବର ସୁଦ୍ଧା ସରିବ ବାମ ଏବଂ ଡାହାଣ ପାରାଲାଲ ରାସ୍ତା କାମ ସରିବ ବୋଲି ମନ୍ତ୍ରୀ କହିଛନ୍ତି । ଜୟଦେବ ବିହାରରୁ ନନ୍ଦନ କାନନ ଯାଏଁ ରାସ୍ତା ଟ୍ରାଫିକ ଲାଇଟ ହଟାଇ ଯେଉଁ ଟେକ୍ନୋଲୋଜି ବ୍ୟବହାର କରାଯିବ ସେ ନେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ମନ୍ତ୍ରୀ ପୃଥ୍ବୀରାଜ କହିଛନ୍ତି ।