କନକ ବ୍ୟୁରୋ: ଗତ ଦୁଇ ତାରିଖରେ ବଡ଼ଦାଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା ପରେ ବଢ଼ିଲା ପୁଲିସର ମୁଣ୍ଡ ବିନ୍ଧା । ଦିନକୁ ଦିନ ସହରରେ ଭିଡ଼ ବଢ଼ୁଥିବା ବେଳେ ଟ୍ରାଫିକ ବିଫଳତା ଏବେ ସାମନାକୁ ଆସିଛି । ଯେଉଁଥିପାଇଁ ଅତିରିକ୍ତ ଏସ୍ପିଙ୍କ ନେତୃତ୍ୱରେ ଚାଲିଛି ସହରରେ ଟ୍ରାଫିକ ସମୀକ୍ଷା । ସହରର ବିଭିନ୍ନ ସ୍ଥାନରେ ଟ୍ରାଫିକ ପୋଷ୍ଟ ନଥିବା ବେଳେ ସ୍ପିଡ୍ ବ୍ରେକର ବା ରମ୍ବଲର ମଧ୍ୟ ନାହିଁ । ଯେଉଁଥିପାଇଁ ଅଣ୍ଟା ଭିଡ଼ିଛି ପୁଲିସ । ସହରରେ ବିଭିନ୍ନ ସ୍ଥାନରେ ରମ୍ବଲର ଲଗାଯିବା ସହ ଟ୍ରାଫିକ ପୋଷ୍ଟ ସଂଖ୍ୟା ବଢ଼ାଯିବ । ଏଥିସହ ଭିଡ଼ରେ ସ୍ପିଡ୍ ମ୍ୟାନେଜମେଣ୍ଟ ପାଇଁ ପୁଲିସ୍ ଚିନ୍ତା କରୁଛି ।
ସମ୍ବଲପୁର କୁଚିଣ୍ଡାରେ ମଣ୍ଡି ଅଚଳାବସ୍ଥା : କ୍ବିଣ୍ଟାଲ୍ ପିଛା ୫କେଜି ଧାନ କଟାଯାଉଥିବା ଅଭିଯୋଗ
ସେପଟେ ପୁରୀରେ ପର୍ଯ୍ୟଟକଙ୍କ ସହ ଗାଡ଼ି ସଂଖ୍ୟା ମଧ୍ୟ ବଢ଼ିଛି । ଦୁର୍ଘଟଣା ମଧ୍ୟ ବଢ଼ି ଚାଲିଛି । ୨୦୨୩ରେ ୧୬୯ ଓ ୨୦୨୪ରେ ୧୭୧ଜଣଙ୍କର ଦୁର୍ଘଟଣାରେ ଜୀବନ ଯାଇଛି । ୨୦୨୪ ରେ ୫୫୮ ଦୁର୍ଘଟଣା ମାମଲା ରହିଥିବା ବେଳେ ୨୦୨୩ରେ ରହିଥିଲା ୫୧୬ । ୨୦୨୫ରେ ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାରେ ଗଡ଼ିଛି ୧୫୭ ମୁଣ୍ଡ । ତେଣୁ ଟ୍ରାଫିକ ସୁପରିଚାଳନା ଏବେ ଚ୍ୟାଲେଞ୍ଜ ହୋଇଛି । ନହେଲେ ଆଗକୁ ସ୍ଥିତି ଆହୁରି ସଙ୍ଗିନ ହେବ ବୋଲି କହିଛନ୍ତି ବୁଦ୍ଧିଜୀବୀ । ପୁରୀର ଦିଗବାରେଣୀ, ବଡ଼ଶଙ୍ଖ, ବଳଗଣ୍ଡି, ଷ୍ଟେସନ୍ ଛକ ଭଳି ଗହଳି ସ୍ଥାନରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ନଜରରେ ରଖିଛି ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2026/01/05/sreemandir-2026-01-05-20-19-38.jpg)