କନକ ବ୍ୟୁରୋ: ଜବର ଦଖଲରେ ବାଲେଶ୍ୱର ସହର । ପୂରା ଟାଉନରେ ଭିଡ଼ । ଯୁଆଡ଼େ ଚାହିଁବେ ସିଆଡ଼େ ଗାଡ଼ି ମୋଟର ଜାମ୍ । ମୁଖ୍ୟରାସ୍ତା ସବୁକୁ ଜବର ଦଖଲ କରାଯାଇଥିବାରୁ ଚାଲିବାକୁ ବି ରାସ୍ତା ନାହିଁ । ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ଏଥିରେ ବିରାମ ଲାଗୁନି କି ସମାଧାନର ବାଟ ବାହାରିପାରୁନି ।
ଯୁଆଡ଼େ ଦେଖ ସିଆଡ଼େ ଭିଡ଼ । ଟ୍ରାଫିକ୍ ଜାମ୍। ଗାଡ଼ି ଚଳାଇବାକୁ ରାସ୍ତା ନାହିଁ । ଦୋକାନ ଆଗରେ ନାହିଁ ପାର୍କିଂ ପ୍ଲେସ୍ । ବାଲେଶ୍ବର ସହରରେ ଭିଡ଼ ଆଉ ଭିଡ଼। ଦିନରେ ହେଉ କି ରାତି, ସନ୍ଧ୍ୟା ବେଳେ ତ ସ୍ଥିତି ଅଣାୟତ୍ତ ହୋଇପଡୁଛି । ଏହାର ମୁଖ୍ୟ କାରଣ ଜବରଦଖଲ । ବର୍ଷବର୍ଷ ଧରି ଲୋକେ ରାସ୍ତାକୁ ଜବରଦଖଲ କରି ରଖିଛନ୍ତି । କିଏ ଦୋକାନ ତ କିଏ ଅନ୍ୟ କାମ ପାଇଁ ରାସ୍ତା ମାଡ଼ି ବସିଛନ୍ତି । ଉଠା ଦୋକାନୀଠୁ ମଲ୍ ଯାଏଁ ସବୁଠି ଏମିତି ସ୍ଥିତି ।
ଦିନକୁ ଦିନ ବାଲେଶ୍ଵର ସହରର ଆୟତ୍ତନ ବଢୁଛି । ହେଲେ ପାର୍କିଂ ସୁବିଧା ନଥିବାରୁ ଲୋକ ହଇରାଣ ହେଉଛନ୍ତି । ସହରର ପ୍ରମୁଖ ଅଞ୍ଚଳ, ଓଟି ରୋଡରୁ ଫାଣ୍ଡି ଛକ, କଚେରି ରୋଡ୍, ହସପିଟାଲ ରୋଡ୍, ନୂଆ ବଜାର, ମଠସ।ହି ରୋଡ୍, ମୋତିଗଞ୍ଜ ଓ ବସ୍ଷ୍ଟାଣ୍ଟରୁ ରେମୁଣା ଗୋଲେଇ ରାସ୍ତାରେ ଯାତାୟତ ସମସ୍ୟା ଲାଗି ରହିଛି । ସହଜରେ ମେଡିକାଲରେ ପହଞ୍ଚି ହେଉନାହିଁ । ମୁଖ୍ୟରାସ୍ତା ହେଉ କି ଗଳି ରାସ୍ତା ସବୁଠି ସମାନ ସ୍ଥିତି । ବାଲେଶ୍ୱର ସହରର ପ୍ରମୁଖ ରାସ୍ତା ଓସାରିଆ କରିବାକୁ ପାଇଁ ଜବରଦଖଲ ଉଠାଯାଉଛି। କିନ୍ତୁ କିଛିଦିନ ପରେ ଯେଉଁ ସମସ୍ୟାକୁ ସେହି ସମସ୍ୟା । ଏଥିପାଇଁ ଦୀର୍ଘ ମିଆଦୀ ଯୋଜନା ଜରୁରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2024/12/30/J5xMAXDekzUQVepBIciV.png)