କନକ ବ୍ୟୁରୋ: କଟକ ସହରରେ ଅବ୍ୟବସ୍ଥିତ ଟ୍ରାଫିକ୍ ବ୍ୟବସ୍ଥା । କାମ କରୁନି ଟ୍ରାଫିକ୍ ସିଗନାଲ୍ ଲାଇଟ୍ । ପ୍ରତ୍ୟେକ ଦିନ କଟକ ସହରକୁ ଆସୁଛନ୍ତି ହାଜର ହଜାର ଲୋକ। ଟ୍ରାଫିକ ସିଗନାଲ ଲାଇଟ କାମ କରୁନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କଟକ ସହର ମୁଖ୍ୟ ଛକ ଯେମିତିକି ଜୁଡିସିଆଲ୍, ହାଇକୋର୍ଟ ଗଡା, ମଧୁପାଟଣା ଆଦି ପ୍ରମୁଖ ଛକ ଗୁଡିକରେ ଟ୍ରାଫିକ୍ ଲାଇଟ୍ କାମ କରୁନାହିଁ । କିଛି ହାତଗଣତି ଟ୍ରାଫିକ୍ ପୋଲିସଙ୍କ ଦ୍ଵାରା ଏହି ସବୁ ଟ୍ରାଫିକ୍ କୁ ନିୟନ୍ତ୍ରଣ କରୁଛନ୍ତି। ଯାହା ଦ୍ଵାରା ଦିନକୁ ଦିନ ସହର ଭିତରେ ଦୁର୍ଘଟଣା ବଢ଼ିବାରେ ଲାଗିଛି ।
ସହରରେ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଗାଡ଼ି ମଟର ସଂଖ୍ୟା ମଧ୍ୟ ବଢ଼ିବାକୁ ଲାଗିଛି । ଆଉ ଏହାରି ଭିତରେ ଏଭଳି ଟ୍ରାଫିକ ଲାଇଟ୍ ଅଚଳାବସ୍ଥା ବର୍ତ୍ତମାନ ବଡ ଚିନ୍ତାର କାରଣ ପାଲଟିଛି । ଟ୍ରାଫିକ ବ୍ୟବସ୍ଥା ପରିଚାଳନା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ସତ କିନ୍ତୁ ସବୁ ଟଙ୍କା ଯେମିତି ପାଣି ରେ ମିଶି ଗଲା ଭଳି ଲାଗୁଛି । କଟକ ସହରକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ମଧ୍ୟ ପ୍ରତ୍ୟେକ ଦିନ ହଜାର ହଜାର ଯାତାୟାତ କରୁଛନ୍ତି । ତେବେ କେଉଁ ଦିନ ଏଭଳି ଟ୍ରାଫିକ ଲାଇଟ୍ ଅଚଳାବସ୍ଥା ଦୂର ହେବ ତାହା ଦେଖିବାକୁ ବାକି ରହିଲା ।
କଟକରେ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା, ଅଚଳ ଟ୍ରାଫିକ ସିଗ୍ନାଲ ଲାଇଟ
ବଢୁଛି ଦୁର୍ଘଟଣା । ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା, ସୁଧୁରୁନି ବ୍ୟବସ୍ଥା
/kanak/media/media_files/2025/04/19/FijVteloNYo9IH8LndOl.jpg)