କନକ ବ୍ୟୁରୋ: ଦଶହରାକୁ ନେଇ ଚଳଚଞ୍ଚଳ କଟକ-ଭୁବନେଶ୍ୱର । ତେବେ ଷଷ୍ଠୀଠାରୁ ଦଶହରା ଯାଏଁ ଟ୍ୱିନ ସିଟିରେ ପ୍ରବଳ ଭିଡ ଦେଖିବାକୁ ମିଳିପାରେ । ଆଉ ଭସାଣ ଉତ୍ସବରେ ବି ଗହଳି ରହିବ । ତେଣୁ ଯାତାୟାତ କରୁଥିଲେ କିମ୍ବା କଟକ ଭୁବନେଶ୍ୱର ବୁଲିବାକୁ ଆସୁଥିଲେ, କମିଶନରେଟ ପୋଲିସ ଜାରି କରିଥିବା ଟ୍ରାଫିକ ନିୟମ ବିଷୟରେ ନିଶ୍ଚିନ୍ତ ଜାଣି ରଖନ୍ତୁ, ନଚେତ ଆପଣ ବି ଗହଳିରେ ହଇରାଣ ହୋଇପାରନ୍ତି ।
Public Notice
— COMMISSIONERATE POLICE (@cpbbsrctc) October 7, 2024
Durga Puja festival will be celebrated in Cuttack UPD from 09.10.2024 to 13.10.2024 . pic.twitter.com/yxVoXsMUTI
କଟକ-ଭୁବନେଶ୍ୱରରେ ଷଷ୍ଠୀଠାରୁ ଦଶମୀ ଯାଏଁ ପ୍ରବଳ ଗହଳି ଦେଖିବାକୁ ମିଳିପାରେ । ତେଣୁ ଲୋକମାନେ କିପରି ସୁରୁଖୁରୁରେ ଦର୍ଶନ କରିପାରିବେ ସେନେଇ କମିଶନରେଟ ପୋଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏନେଇ କମିଶନରେଟ ପୋଲିସ ଟ୍ରାଫିକ ନିୟମ ଜାରି କରିଛି । ଯଦି କମିଶନରେଟ ପୋଲିସର ଏହି ନିୟମକୁ କେହି ଖିଲାପ କରନ୍ତି ତେବେ ତାଙ୍କୁ ୫୦୦ରୁ ୧୦୦୦ ଟଙ୍କା ଫାଇନ ଦେବାକୁ ପଡିପାରେ ।
Public Notice
— COMMISSIONERATE POLICE (@cpbbsrctc) October 7, 2024
Durga Puja festival will be celebrated in Bhubaneswar UPD from 09.10.2024 to 13.10.2024 . pic.twitter.com/O5PGlfSqS2
ତେଣୁ କଟକ-ଭୁବନେଶ୍ୱରକୁ ଦଶହରା ବୁଲିବାକୁ ଯିବା ପୂର୍ବରୁ ପଢି ରଖନ୍ତୁ କମିଶନରେଟ ପୋଲିସର ଏହି ନିୟମ । ନଚେତ ଆପଣ ଦେଇପାରନ୍ତି ଫାଇନ ।