ପୂଜା ପାଇଁ ଟ୍ରାଫିକ୍ କଟକଣା, ଆଜିଠୁ ଲାଗୁହେଲା ନିୟମ

Advertisment

ଦୁର୍ଗାପୂଜା ପାଇଁ ଟ୍ବିନସିଟିରେ ଟ୍ରାଫିକ୍ କଟକଣା । ଅପରାହ୍ନ ୨ଟାରୁ ରାତି ୨ଟା ପର୍ଯ୍ୟନ୍ତ ସହରରେ ଭାରୀଯାନ ପ୍ରବେଶ ନିଷେଧ ।  ଭିଡ଼ ନିୟନ୍ତ୍ରଣ ଲାଗି ୱାନ୍ ୱେ ଟ୍ରାଫିକ୍ ସହ କିଛି ସ୍ଥାନରେ ଡାଇଭର୍ସନ ବ୍ୟବସ୍ଥା । ୨ ତାରିଖ ଯାଏଁ ବଳବତ୍ତର ରହିବ କଟକଣା । 

ଦୁର୍ଗାପୂଜା ପାଇଁ ଟ୍ବିନସିଟିରେ ଟ୍ରାଫିକ୍ କଟକଣା । ଅପରାହ୍ନ ୨ଟାରୁ ରାତି ୨ଟା ପର୍ଯ୍ୟନ୍ତ ସହରରେ ଭାରୀଯାନ ପ୍ରବେଶ ନିଷେଧ ।  ଭିଡ଼ ନିୟନ୍ତ୍ରଣ ଲାଗି ୱାନ୍ ୱେ ଟ୍ରାଫିକ୍ ସହ କିଛି ସ୍ଥାନରେ ଡାଇଭର୍ସନ ବ୍ୟବସ୍ଥା । ୨ ତାରିଖ ଯାଏଁ ବଳବତ୍ତର ରହିବ କଟକଣା । 

21-Traffic Rule

କନକ ବ୍ୟୁରୋ: ଦୁର୍ଗାପୂଜା ପାଇଁ  ଟ୍ୱିନ୍‌ସିଟିରେ ଆଜିଠୁ ଲାଗୁ ହେଲା ଟ୍ରାଫିକ୍ କଟକଣା । ଆଜିଠୁ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ କଟକଣା ଜାରି ରହିବ । ଅପରାହ୍ନ ୨ରୁ ରାତି ୨ଟା ପର୍ଯ୍ୟନ୍ତ ଟ୍ରାଫିକ୍ କଟକଣା କରିଛି କମିସନରେଟ ପୁଲିସ । ପୂଜାରେ ଭିଡ଼ ନିୟନ୍ତ୍ରଣ ପାଇଁ ଟ୍ରାଫିକ୍ କଟକଣା ଜାରି କରିଛି କମିସନରେଟ ପୁଲିସ । ଆଜିଠୁ କଟକରେ ଲାଗୁ ହୋଇଛି କଟକଣା । ପୂଜାବେଳେ କଟକର କିଛି ପ୍ରମୁଖ ରୁଟ୍‌ ବିଷୟରେ ଜାଣିବା ଜରୁରୀ ।

-ହାୱଡ଼ାମୋଟର ଛକ ଠାରୁ କୌଣସି ଯାନବାହାନ ସିଧା ମଙ୍ଗଳାବାଗ୍ ଛକଆଡକୁ ଯାଇପାରିବେ ନାହିଁ । ଏହି ଗାଡ଼ିଗୁଡିକ ହାୱଡ଼ାମୋଟର ଛକଠାରୁ ମାତାମଠ ଛକ ଦେଇ ମହାନଦୀ ରଂ ବନ୍ଧରେ ଆସି ୱାଚ୍ ଟାୱାର ଛକ ଦେଇ ଯାଇ ପାରିବେ । 

-କୌଣସି ଯାନବାହନକୁ ବି.କେ. ରୋଡ୍‌ରୁ ରାଣୀହାଟ ଛକକୁ ସିଧାସଳଖ ଯିବାକୁ ଅନୁମତି ଦିଆଯିବ ନାହିଁ । ଏହି ଯାନଗୁଡ଼ିକ ବଜ୍ରକବାଟି ରୋଡ୍‌ ଛକରେ ବାମ ମୋଡ଼ ନେଇ ଗହ୍ମାଡିହା, କବରସ୍ତାନ, କେଶରପୁର ରୋଡ୍‌ ଦେଇ ମଙ୍ଗଳାବାଗ୍ କିମ୍ବା ବକ୍ସିବଜାର ଆଡ଼କୁ ଯାଇପାରିବେ ।

-ପୂର୍ଣ୍ଣ ସାହୁ ଛକଠାରୁ ଯାଉଁଳିଆ ପଟି, କେଉଟ ସାହି କିମ୍ବା ନନ୍ଦି ସାହି ଆଡକୁ କୌଣସି ଯାନବାହନ ଯିବାକୁ ଅନୁମତି ଦିଆଯିବ ନାହିଁ । ମ୍ୟୁନିସିପାଲିଟି ଅଫିସ୍ ଏବଂ ଗୋପାଳଜୀଉ ଗଳି ଦେଇ ଝୋଲା ସାହି ଏବଂ ବଙ୍ଗାଳି ସାହି ଦେଇ ଯାନବାହାନ ଯାଇପାରିବ ।

-ପୂଜା ଦିନମାନଙ୍କରେ ସହର ମଧ୍ୟ ଦେଇ କୌଣସି ପ୍ରକାରର ବସ୍ ଚଳାଚଳ କରିପାରିବ ନାହିଁ। ଗାଡ଼ିଗୁଡ଼ିକ ଲିଙ୍କ୍‌ ରୋଡ ଦେଇ ବାଦାମବାଡ଼ି କିମ୍ବା ସିଏନ୍‌ବିଟି ବସଷ୍ଟାଣ୍ଡକୁ ଯାଇପାରିବେ। ଭିଡ଼ ନିୟନ୍ତ୍ରଣ ଲାଗି ୱାନ୍ ୱେ ଟ୍ରାଫିକ୍ ବ୍ୟବସ୍ଥା ସହ କିଛି ସ୍ଥାନରେ ଡାଇଭର୍ସନ କରାଯାଇଛି ।
 
ସେହିପରି ଦୁର୍ଗା ମେଢ଼ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କ ଲାଗି ନିର୍ଦ୍ଦିଷ୍ଟ ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି ।  
ପାର୍କିଂ ପାଇଁ ବେଲଭ୍ୟୁ ଛକ ନିକଟ, ବିଡାନାସୀ ହାଇସ୍କୁଲ ପରିସର, ଖ୍ରୀଷ୍ଟିଆନ୍ ଗ୍ରାଉଣ୍ଡ, ଉପର ବାଲିଯାତ୍ରା ପଡ଼ିଆ, ବୋଷ୍‌ ଇଞ୍ଜିନିୟରିଂ କଲେଜ, କାଠଗୋଲା ଛକ ସାମ୍ନା, ପୁରୁଣା ପୁରୀ ବସ୍‌ଷ୍ଟାଣ୍ଡ, ପୁରୁଣା ବାଦାମବାଡି ବସ୍‌ଷ୍ଟାଣ୍ଡ, ମାତା ମଠ, ଶହୀଦ ଭବନ, ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟ, ଗୌରୀଶଙ୍କର ପାର୍କ, ନେତାଜୀ ସଂଗ୍ରହାଳୟ,ସିଡିଏ ମାର୍କେଟ୍ କଂପ୍ଲେକ୍ସରେ ବ୍ୟବସ୍ଥା କରାଯାଇଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe