କନକ ବ୍ୟୁରୋ: ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ପାଇଁ ଭୁବନେଶ୍ବର ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ରାତିରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୦ ତାରିଖରେ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗଦେବେ। ପ୍ରବାସୀ ଭାରତୀୟ ଦିବସ ପାଇଁ ଭିଆଇପି ଓ ଭିଭିଆଇପିଙ୍କ ଗସ୍ତ ପାଇଁ ରାଜଧାନୀରେ ଟ୍ରାଫିକ୍ କଟକଣା ଜାରି ହୋଇଛି। ୩ ଦିନ ପାଇଁ ଟ୍ରାଫିକ୍ କଟକଣା ଜାରି କରିଛି କମିଶନରେଟ୍ ପୋଲିସ। 

Advertisment

ରାଜଧାନୀରେ ଟ୍ରାଫିକ୍ କଟକଣା
- ଆଜି ସଂଧ୍ୟା ୭ଟା ୫୦ରୁ ୮ଟା ୨୦ ପର୍ଯ୍ୟନ୍ତ ଏୟାରପୋର୍ଟ ଛକ, ହସ୍ପିଟାଲ ଛକ ରାସ୍ତା ବନ୍ଦ 
- ଏଜି ଛକ, ରାଜଭବନ ଛକ ରାସ୍ତା ଆଜି ସଂଧ୍ୟାରେ ବନ୍ଦ ରହିବ
- ଆସନ୍ତାକାଲି ସକାଳ ୯ଟା ୩୦ରୁ ୧୦ ପର୍ଯ୍ୟନ୍ତ ମଧ୍ୟ କଟକଣା ଜାରି ହୋଇଛି
- ରାଜଭବନ ଛକ, ପାୱାର ହାଉସ୍ ଛକ, ୧୨୦ ବାଟାଲିୟନ୍ ଛକ ରାସ୍ତା ବନ୍ଦ ରହିବ
- ଶାସ୍ତ୍ରୀ ନଗର ଛକ, ବେହେରା ସାହି ଛକ, ଜୟଦେବ ବିହାର ଛକରେ ଗାଡ଼ି ଚଳାଚଳ ବନ୍ଦ
- ଜାଭିୟର ଛକ ଓ ନାଲକୋ ଛକ ରାସ୍ତାରେ ମଧ୍ୟ ଗାଡ଼ି ଚଳାଚଳ ବନ୍ଦ ରହିବ
- ସକାଳ ୧୧ଟା ୩୦ରୁ ୧୨ ପର୍ଯ୍ୟନ୍ତ ନାଲକୋ ଛକ, ଜାଭିୟର ଛକ ରାସ୍ତା ବନ୍ଦ
- ଜୟଦେବ ବିହାର ଛକ, ବେହେରା ସାହି ଛକ, ଶାସ୍ତ୍ରୀ ନଗର ଛକରେ କଟକଣା
- ୧୨୦ ବାଟାଲିୟନ୍, ପାୱାର ହାଉସ୍ ଛକ, ରାଜଭବନ ଛକ ବାମମୋଡ଼ରେ ଗାଡ଼ି ଚଳାଚଳ ବନ୍ଦ
- ଏଜି ଛକ ଡାହାଣ ମୋଡ଼, ହସ୍ପିଟାଲ ଛକ, ଏୟାରପୋର୍ଟ ଛକରେ ଟ୍ରାଫିକ୍ କଟକଣା
- ଅପରାହ୍‌ଣ ୪ଟା ୨୦ରୁ ଅପରାହ୍ଣ ୪ଟା ୫୦ ମିନିଟ୍ ଯାଏଁ ଏୟାରପୋର୍ଟ ଛକ ରାସ୍ତା ବନ୍ଦ
- ହସ୍ପିଟାଲ ଛକ, ଏଜି ଛକ ବାମ ମୋଡ଼, ରାଜଭବନ ଛକରେ ଗାଡ଼ି ଚଳାଚଳ ବନ୍ଦ 
- ୧୦ ତାରିଖ ସକାଳ ୧୧ଟାରୁ ୨୦ରୁ ୧୧ଟା ୫୦ ପର୍ଯ୍ୟନ୍ତ ରାଜଭବନ ଛକରେ କଟକଣା
- ପାୱାର ହାଉସ୍ ଛକ, ୧୨୦ ବାଟାଲିୟନ୍ ଛକ, ଶାସ୍ତ୍ରୀ ନଗର ଛକ ରାସ୍ତା ବନ୍ଦ
- ବେହେରା ସାହି, ଜୟଦେବ ବିହାର, ଜାଭିୟର ଓ ନାଲକୋ ଛକରେ କଟକଣା
- ଦିନ ୪ଟା ୫୦ରୁ ୫ଟା ୨୫ ପର୍ଯ୍ୟନ୍ତ ନାଲକୋ, ଜାଭିୟର, ଜୟଦେବ ବିହାର ଛକ ରାସ୍ତା ବନ୍ଦ
- ବେହେରା ସାହି, ଶାସ୍ତ୍ରୀ ନଗର, ୧୨୦ ବାଟାଲିୟନ୍, ପାୱାର ହାଉସ୍ ଛକରେ ଗାଡ଼ି ଚଳାଚଳ ବନ୍ଦ
- ରାଜଭବନ ଛକ ବାମ ମୋଡ଼, ଏଜି ଛକ ଡାହାଣ ମୋଡ଼, ହସ୍ପିଟାଲ ଓ ଏୟାରପୋର୍ଟ ଛକରେ କଟକଣା