କନକ ବ୍ୟୁରୋ : ଡିଜିପି ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଭୁବନେଶ୍ବର ଆସୁଥିବାରୁ ରାଜଧାନୀରେ ଟ୍ରାଫିକ କଟକଣା ଜାରି କରିଛି କମିଶନରେଟ ପୁଲିସ । ଦିନ ଗୋଟିଏ ୨୫ରେ ପହଂଚିବେ ଅମିତ ଶାହା । ୪ଟା ୨୫ରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ପହଂଚିବେ । ଏଥିପାଇଁ ଦିନ ଗୋଟାଏରୁ ଟ୍ରାଫିକ୍ କଟକଣା ଜାରି ହୋଇଛି । ନଜର ପକାନ୍ତୁ ଆଜି ପାଇଁ କେଉଁଠି ଟ୍ରାଫିକ କଟକଣା ବଳବତ୍ତର ରହିବ । 

Advertisment

ଭୁବନେଶ୍ବରରେ ଟ୍ରାଫିକ୍ କଟକଣା
(୨୯ ତାରିଖ)
- ଦିନ ୧ଟାରୁ ୨ଟା
- ଏୟାରପୋର୍ଟ ଛକରୁ ପିଏମଜି ଛକ ଭାୟା ହସ୍ପିପିଟାଲ ଛକ ଓ ଏ.ଜି ଛକ
- ଅପରାହ୍ନ ୪ଟା ୪୫ରୁ ୫ଟା୨୫
- ଏୟାରପୋର୍ଟ ଛକ, ହସ୍ପିଟାଲ ଛକ, ଏଜି ଛକ, ରାଜଭବନ ଛକ
- ସନ୍ଧ୍ୟା ୬ଟାରୁ ୬ଟା ୪୫
- ରାଜଭବନ ଛକ, ଏଜି ଛକ, ହାଉସିଂ ବୋର୍ଡ ଛକ, ରାମମନ୍ଦିର ଛକ, ମାଷ୍ଟର କ୍ୟାଣ୍ଟିନ୍ ଛକ
- ସନ୍ଧ୍ୟା ୭ଟା ୩୦ରୁ ୮ଟା ୨୦
- ଏଜି ଛକ, ରବୀନ୍ଦ୍ର ମଣ୍ଡପ ଛକ, ୧୨୦ ବାଟାଲିୟନ ଛକ, ଜୟଦେବ ବିହାର, ନାଲକୋ ଛକ
- ରାତି ୮ଟା ୨୫ରୁ ୮ଟା ୫୦
- ରାଜଭବନ ଛକ, ଏଜି ଛକ, ହାଉସିଂ ବୋର୍ଡ ଛକ, ରାମମନ୍ଦିର ଛକ, ମାଷ୍ଟର କ୍ୟାଣ୍ଟିନ୍ ଛକ