କନକବ୍ୟୁରୋ : ଦୁର୍ଗାପୂଜା ପାଇଁ ଆସିଲା ଟ୍ରାଫିକ କଟକଣା । ଟ୍ରାଫିକ କଟକଣା ଜାରି କଲା କମିଶନରେଟ ପୋଲିସ। ୨୮ ତାରିଖ ଠାରୁ ୦୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵର ସହରରେ ଦୂର୍ଗା ପୂଜା ପାଳନ ହେବ ।
ଯେଉଁଥିପାଇଁ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ କରାଯିବ। ଅପରାହ୍ନ ୨ ଘଟିକା ଠାରୁ ରାତ୍ର ୨ ଘଟିକା ପର୍ଯ୍ୟନ୍ତ ଲାଗୁ କରାଯିବା । ଏହିସମୟରେ କୌଣସି ଭାରୀ ଯାନ ନିମ୍ନଲିଖିତ ରାସ୍ତା ଦେଇ ଯାଇପାରିବେ ନାହିଁ । ସାଧାରଣ ଲୋକଙ୍କ ପାଇଁ ମଧ୍ୟ କଟକଣା ଲାଗୁ ହୋଇଛି ।
ଦୁର୍ଗାପୂଜା ଭିଡ଼ କେମିତି ଯିବେ?
ପୁରୀ ପଟୁ ବରମୁଣ୍ଡାକୁ ଆସୁଥିବା ବସ ଲିଙ୍ଗିପୁର ଛକରୁ ପାଣ୍ଡରା ଛକ, କେଶୁରା ଛକ ଓ ହାଇଟେକ୍ ଛକ ଦେଇ ବରମୁଣ୍ଡା ବସ ଷ୍ଟାଣ୍ଡକୁ ଯାଇପାରିବେ
କୌଣସି ପ୍ରକାର ବସ୍ ସହର ମଧ୍ୟକୁ ଛଡ଼ାଯିବ ନାହିଁ ।
ପୁରୀ ପଟୁ କଟକକୁ ଯାଉଥିବା ବସ ଲିଙ୍ଗିପୁର ଛକ ଦେଇ ବାଇପାସ ରୋଡରେ ଆସି ହାଇଟେକ ଛକ ଠାରେ ଜାତୀୟ ରାଜପଥ ଦେଇ ଯାଇପାରିବେ
କଟକ ପଟୁ ପୁରୀକୁ ଯିବାକୁ ଚାହୁଁଥିବା ଗାଡ଼ିଗୁଡ଼ିକ ଲିଙ୍ଗିପୁର ଛକ ଦେଇ ଯାଇପାରିବେ
ମାଷ୍ଟର କ୍ୟାଣ୍ଟିନ୍ ବସ୍ ଷ୍ଟାଣ୍ଡରୁ କୌଣସି ପ୍ରକାର ବସ୍ ବାଣୀବିହାର ଛକ କିମ୍ବା ରବି ଟକିଜ୍ ଛକ ଆଡ଼କୁ ଯାଇପାରିବେ ନାହିଁ
କଟକଣା ନଥିବା ସମୟରେ ରାମ ମନ୍ଦିର ଛକ ଦେଇ ହାଉସିଂ ବୋର୍ଡ ଛକ ହୋଇ ଏବଂ ଆଚାର୍ଯ୍ୟ ବିହାର ଛକରେ ମିସିବେ
ଲିଙ୍ଗରାଜ ମନ୍ଦିର ପଟୁ କୌଣସି ବସ୍ କଳ୍ପନା ଛକ ଓ ଶିଶୁ ଭବନ ଛକ ଆଡ଼କୁ ଯାଇପାରିବେନି
ବସ୍ଗୁଡ଼ିକ ଗ୍ୟାରେଜ୍ ଛକ, ସାମନ୍ତରାପୁର ଦେଇ ଲିଙ୍ଗିପୁର ଆଡ଼କୁ ଯାଇପାରିବେ
ଭାରି ଯାନ ଯାତାୟତ ଉପରେ ମଧ୍ୟ କଟକଣା ଲଗାଇଛି କମିଶନରେଟ ପୋଲିସ
ରସୁଲଗଡ଼ ଛକ ଠାରୁ ଲିଙ୍ଗିପୁର ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତାରେ ଯିବନି ଭାରି ଯାନ
ବାଣୀବିହାର ଛକ ଠାରୁ ଶିଶୁଭବନ ଛକ ଯାଏଁ ଭାରି ଯାନ ଯାତାୟତ ଉପରେ କଟକଣା
ଆଚାର୍ଯ୍ୟ ବିହାର ଛକ ଠାରୁ କଳିଙ୍ଗ ହସ୍ପିଟାଲ ଛକ ଯାଏଁ ମଧ୍ୟ ସମାନ କଟକଣା
ଆଚାର୍ଯ୍ୟ ବିହାର ଛକ ଠାରୁ ନିୟୁ ଏୟାରପୋର୍ଟ ଛକ ଭିତରେ ଭାରି ଯାନ ଚଳାଚଳ ମନା
ଜୟଦେବ ବିହାର ଛକ ଠାରୁ ନନ୍ଦନକାନନ ଛକ ପର୍ଯ୍ୟନ୍ତ ସମାନ କଟକଣା ଲାଗିଛି
ଜୟଦେବ ବିହାର ଛକ ଠାରୁ ରାଜଭାବନ ଛକ ଭିତରେ ଗଡିପାରିବନି ଭାରିଯାନ
ଫାୟାର ଟ୍ରେନିଂ ସ୍କୁଲ ଛକ ଠାରୁ ଶିଶୁଭବନ ଛକ ଯାଏଁ ଟ୍ରାଫିକ କଟକଣା
ଖଣ୍ଡଗିରି ଛକ ଠାରୁ ପୋଖରୀପୁଟ ଛକ ଯାଏଁ ଭାରି ଯାନ ଯାତାୟତ ଉପରେ କଟକଣା
ଜାତୀୟ ରାଜପଥ - ୧୬, ବରମୁଣ୍ଡା ଠାରୁ ପଳାସୁଣୀ ପର୍ଯ୍ୟନ୍ତ ଉଭୟ ପାର୍ଶ୍ବରେ ଥିବା ସର୍ଭିସ୍ ରୋଡ଼ରେ ମଧ୍ୟ କଟକଣା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/09/26/3-2025-09-26-07-52-09.jpg)