କନକ ବ୍ୟୁରୋ : କଟକରୁ ଭୁବନେଶ୍ୱର ଆସୁଛନ୍ତି କି? ହାତରେ ଅଧିକ ସମୟ ରଖିଥାନ୍ତୁ। କାରଣ ଆପଣଙ୍କ ସମୟ ଟ୍ରାଫିକ ଭିଡରେ ହିଁ ସରିଯିବ। ବିଶେଷକରି ହଂସପାଳ ଓ ହାଇଟେକ୍ ଛକ ଅଞ୍ଚଳରେ ପ୍ରତିଦିନ ହେଉଥିବା ଭିଡ଼ ଚାଳକମାନଙ୍କୁ ନାକେଦମ୍ କରୁଛି। ରାଜଧାନୀକୁ ପ୍ରବେଶ କରିବାର ଏହି ମୁଖ୍ୟ ରାସ୍ତାରେ ସକାଳ ଓ ସନ୍ଧ୍ୟା ବେଳେ ପରିସ୍ଥିତି ଅଧିକ ଗମ୍ଭୀର ହୋଇପଡ଼ୁଛି।
କଟକରୁ ଭୁବନେଶ୍ବର ଯାତ୍ରା କରୁଥିବା ଯାତ୍ରୀଙ୍କ ଗୋଟିଏ ଦୁଃଖ- ଟ୍ରାଫିକ ଜାମ୍। ଭୁବନେଶ୍ବର ଭିତରକୁ ପ୍ରବେଶ କରିବା ପୂର୍ବରୁ ଆପଣଙ୍କୁ ଟ୍ରାଫିକ ଜାମର ସାମ୍ନା କରିବାକୁ ପଡ଼ିବ। ଭିଡ଼ ସହ ଲଢ଼େଇ କରି ଆଗକୁ ବଢ଼ିବାକୁ ପଡ଼ିବ। ଭିଡ଼ ଭିତରେ ଅଟକି ରହିଛି ଶହ ଶହ ଗାଡ଼ି। ଆଉ ଭିଡ଼ ଭିତରେ ଫସିରହିଛି ଆମ୍ବୁଲାନ୍ସ। ଭିଡ଼କୁ ଅତିକ୍ରମ କରି ଆଗକୁ ବଢ଼ିବାକୁ ଚେଷ୍ଟା କରୁଛି ଆମ୍ବୁଲାନ୍ସ। ଏହି ଗୋଟିଏ ଆମ୍ବୁଲାନ୍ସ ନୁହଁ ଏମିତି ଅନେକ ଆମ୍ବୁଲାନ୍ସ ଭିଡ଼ ଭିତରେ ଯାଉଛି।
ଅଧିକ ପଢ଼ନ୍ତୁ : କଲବଲ କରୁଛି ରାଜଧାନୀ ଟ୍ରାଫିକ : ସନ୍ଧ୍ୟା ହେଉ କି ସକାଳ, ସହର ସାରା ଭିଡ଼
ହଂସପାଳ ଓଭରବ୍ରିଜ ଉପରୁ କଟକ ଦିଗରୁ ଆସୁଥିବା ଗାଡ଼ିଗୁଡ଼ିକ ଗତି କରୁଥିବା ବେଳେ, ପୁରୀ ପଟରୁ ଭୁବନେଶ୍ୱରକୁ ଆସୁଥିବା ଗାଡ଼ି ସେଇ ଗୋଟିଏ ସ୍ଥାନରେ ମିଶିଯାଉଛି। ଦୁଇ ଦିଗର ଗାଡ଼ି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ମିଶୁଥିବାରୁ ଭିଡ଼ ବଢ଼ିଯାଉଛି। ଗୋଟିଏ ଲେନରେ ଅଧିକ ଗାଡ଼ି ପ୍ରବେଶ କରିବାରୁ ଧୀରେ ଧୀରେ ଭିଡ ବଢ଼ୁଛି ଓ ଯାନ ଚଳାଚଳ ପ୍ରାୟ ଠପ୍ ହୋଇଯାଉଛି। ଭିଡ଼ ନିୟନ୍ତ୍ରଣ ପାଇଁ ଟ୍ରାଫିକ ପୁଲିସ ଦିନରାତି ଚେଷ୍ଟା କରୁଥିଲେ ମଧ୍ୟ ବଢ଼ୁଥିବା ଭିଡ଼କୁ ନିୟନ୍ତ୍ରଣ କରିବାକୁ ନାକେଦମ୍ ହେବାକୁ ପଢ଼ୁଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/17/a4-2026-02-17-18-58-55.jpg)