କନକ ବ୍ୟୁରୋ : ଗୋଟିଏ ସ୍ଥାନରେ ପାରମ୍ପରିକ ଖାଦ୍ୟର ପସରା । ମାଣ୍ଡିଆ ଓ ଚାଉଳରେ ୫୦ ପ୍ରକାର କୋରାପୁଟିଆ ଖାଦ୍ୟ ପ୍ରସ୍ତୁତ କରିଛନ୍ତି ମହିଳା । ମାଣ୍ଡିଆ କେକ୍‌, ମାଣ୍ଡିଆ ଖିରି, ଚାଉଳ ଖିରି ପରି ଅନେକ ସୁସ୍ବାଦୁ ବ୍ୟଞ୍ଜନ । ମିସନ ଶକ୍ତି ବିଭାଗ ତରଫରୁ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବାସନ୍ତୀ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଛି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା। ଏଥିରେ ସାମିଲ ହୋଇଛନ୍ତି ୧୩ଟି ପଞ୍ଚାୟତର ୧୬ଟି ଏସଏଚଜି ଗ୍ରୁପ୍‌ । ଲକ୍ଷ୍ମୀପୁରର ମା’ ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରତିଯୋଗିତା ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରୀୟ ସୁଭଦ୍ରା ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି । 

Advertisment

ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ସମସ୍ତ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ମାନପତ୍ର ପ୍ରଦାନ କରାଯାଇଛି । ଦିନେ ଯେଉଁ ମାଣ୍ଡିଆକୁ କୋରାପୁଟର ଗରିବ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ କୁହାଯାଉଥିଲା, ଆଜି ତାହା ଅନ୍ତର୍ଜାତୀୟ ସ୍ତରରେ କୋରାପୁଟ ମାଣ୍ଡିଆର ପରିଚୟ ପାଇଛି । 

 ତେବେ କିପରି ମାଣ୍ଡିଆ ଅଧିକରୁ ଅଧିକ ଚାଷ ହେବ । ଏବଂ କୋରାପୁଟ ଜିଲ୍ଲାର ଚାଷୀ ଏହା ଦ୍ବାରା ଲାଭବାନ ହୋଇପାରିବେ । ସେଥିପ୍ରତି କୃଷି ବିଭାଗ ଧ୍ୟାନ ଦେବା ଜରୁରୀ ।