କନକ ବ୍ୟୁରୋ : ରାଜ୍ୟର ପାରମ୍ପରିକ କଳାକାରଙ୍କ ପାଇଁ ଖୁସିର ଖବର । ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ମାସିକ ଭତ୍ତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । କେନ୍ଦୁଝର ପାର୍କଲେନ ଠାରେ ଆୟୋଜିତ ୪୮ ତମ ରାଜ୍ୟସ୍ତରୀୟ ପାଲା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଏହା ଘୋଷଣା କରିଛନ୍ତି ।
ନିଷ୍ପତ୍ତି ଅନୁଯାୟୀ ୪୦ ରୁ ୮୦ ବର୍ଷ ବୟସ୍କ କଳାକାର ମାନଙ୍କ ଭତ୍ତା ମାସକୁ ୨୦୦୦ ଟଙ୍କାରୁ ୩୦୦୦ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ୮୦ ବର୍ଷରୁ ଅଧିକ ବୟସର କଳାକାର ମାନଙ୍କ ମାସିକ ଭତ୍ତା ୨୫୦୦ ଟଙ୍କାରୁ ୩୫୦୦ ଟଙ୍କାକୁ ବୃଦ୍ଧି ପାଇଛି । ଏହାଦ୍ୱାରା ରାଜ୍ୟର ୪୭,୭୦୪ ଜଣ କଳାକାର ଓ ସେମାନଙ୍କ ପରିବାର ବର୍ଗ ଉପକୃତ ହେବେ । ଓଡ଼ିଆ ଅସ୍ମିତାର ସୁରକ୍ଷା ଓ ପ୍ରଚାର ପ୍ରସାର କରୁଥିବା କଳାକାର ମାନଙ୍କ ସମ୍ମାନରେ ଏହି ଭତ୍ତା ବୃଦ୍ଧି କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ କଳାକାର ମାନଙ୍କ ଭତ୍ତା ବୃଦ୍ଧି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/28/traditional-artists-2025-12-28-23-11-21.jpg)