କନକ ବ୍ୟୁରୋ : ଦୁଇ ଦିନରେ ଡ୍ରାଇଭରଙ୍କ ଷ୍ଟିଅରିଂ ଓ ଭାରତ ବନ୍ଦର ପ୍ରଭାବ ଲୋକଙ୍କ ଉପରେ ପଡ଼ିଲା । ଚାରିଆଡ଼େ ଖାଁ ଖାଁ । ଡ୍ରାଇଭର ଆନ୍ଦୋଳନ ଯୋଗୁଁ ଦୁଇ ଦିନ ହେଲା ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଏହାରି ଭିତରେ ଆଜି ବିଭିନ୍ନ ଶ୍ରମିକ ସଙ୍ଗଠନର ଆନ୍ଦୋଳନର ମିଶ୍ର ପ୍ରଭାବ ରାଜ୍ୟରେ ଦେଖିବାକୁ ମିଳିଛି । ଆନ୍ଦୋଳନକାରୀ ବିଭିନ୍ନ ସ୍ଥାନରେ ପିକେଟିଂ କରିବା ଯୋଗୁଁ ଯାତାୟତରେ ଅସୁବିଧା ସୃଷ୍ଟି ହୋଇଥିଲା । ବ୍ୟାଙ୍କ କର୍ମଚାରୀ ଓ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାର କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇଥିବାରୁ ବ୍ୟାଙ୍କ୍ ସେବା ପ୍ରଭାବିତ ହୋଇଛି ।
୬ ଦଫା ଦାବିରେ ଡ୍ରାଇଭର ମହାସଂଘ ଦୁଇଦିନ ହେଲା ଷ୍ଟିଅରିଂ ବନ୍ଦ ଆନ୍ଦୋଳନ କରିଛନ୍ତି । ଫଳରେ ଲଗାତାର ଦ୍ବିତୀୟ ଦିନ ଲାଗି ପରିବହନ ବ୍ୟବସ୍ଥା ଅଟକି ଯାଇଛି। ପରିବହନ ମନ୍ତ୍ରୀଙ୍କ ସହ ଡ୍ରାଇଭର ସଂଘ ଆଲୋଚନା ହୋଇଛି ହେଲେ ଜିଦରେ ଅଟଳ ରହିଛନ୍ତି ଡ୍ରାଇଭର । ସଂଘ ସଭାପତି କହିଛନ୍ତି, ସରକାର ସମସ୍ତ ଦାବିକୁ ମାନିଛନ୍ତି । କିନ୍ତୁ ସରକାର ଲିଖିତ ପ୍ରତିଶ୍ରୁତି ନ ଦେଲା ଯାଏଁ ଆନ୍ଦୋଳନରୁ ହଟିବୁ ନାହିଁ । ଗୋଟିଏ ପଟେ ସରକାର କହୁଛନ୍ତି ଆଲୋଚନା ହୋଇଛି ସେପଟେ ଲିଖିତ ପ୍ରତିଶ୍ରୁତି ମାଗୁଛନ୍ତି ଆନ୍ଦୋଳନକାରୀ । ତେବେ ଆଲୋଚନା ପରେ ସରକାର ଡ୍ରାଇଭର ଆନ୍ଦୋଳନ ପ୍ରତ୍ୟାହୃତ ହେବ ବୋଲି ଆଶାବାଦୀ ଅଛନ୍ତି । କିନ୍ତୁ ଡ୍ରାଇଭର ସଂଘ ଜିଦରେ ଅଟଳ ରହିବା ଆନ୍ଦୋଳନକୁ ଏକ ଦ୍ୱନ୍ଦାତ୍ମକ ପରିସ୍ଥିତିରେ ନେଇ ଛିଡ଼ା କରାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/07/09/odisha-strike-2025-07-09-19-35-27.jpg)