କନକ ବ୍ୟୁରୋ : ଦକ୍ଷିଣ କୋରିଆର ବୁସାନ ବିମାନବନ୍ଦରରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ବୈଠକ ସମୟରେ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହୋଇଛି । ଦକ୍ଷିଣ କୋରିଆରୁ ଆମେରିକା ଯାଉଥିବା ବିମାନରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ସମୟରେ ଟ୍ରମ୍ପ ଏହି ଘୋଷଣା କରିଛନ୍ତି ।
ଦକ୍ଷିଣ ଆଫ୍ରିକାର ବୁସାନରେ ଡୋନାଲ୍ଡ ଟ୍ରମ୍ପ ଏବଂ ସି ଜିନପିଙ୍ଗଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲେ ଦୁଇ ନେତା । ଟ୍ରମ୍ପ କହିଛନ୍ତି, ଆମେରିକା ଏବଂ ଚୀନ ମଧ୍ୟରେ ସମସ୍ତ ବିବାଦର ସମାଧାନ ହୋଇଛି । ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ବିରଳ ପୃଥିବୀ ଖଣିଜ ପଦାର୍ଥ ଉପରେ ଏକ ଚୁକ୍ତିରେ ପହଞ୍ଚିଛନ୍ତି । ଟ୍ରମ୍ପ କହିଛନ୍ତି, ଚୀନ୍ ଆଗାମୀ ବର୍ଷ ପାଇଁ ଆମେରିକାକୁ ବିରଳ ପୃଥିବୀ ଖଣିଜ ପଦାର୍ଥ ଯୋଗାଇବାକୁ ରାଜି ହୋଇଛି । ଟ୍ରମ୍ପ ଏହା ମଧ୍ୟ ଘୋଷଣା କରିଛନ୍ତି , ଚୀନ୍ ଉପରେ ଫେଣ୍ଟାନିଲ୍ ଉପରେ ଶୁଳ୍କକୁ ୧୦ ପ୍ରତିଶତକୁ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଚୀନ୍ ଉପରେ ଆମେରିକାର ମୋଟ ଶୁଳ୍କ ୫୭ ପ୍ରତିଶତରୁ ୪୭ ପ୍ରତିଶତକୁ ହ୍ରାସ ପାଇଛି ।
ଟ୍ରମ୍ପ କହିଛନ୍ତି ଜିନପିଙ୍ଗଙ୍କ ସହ ରୁଷ-ୟୁକ୍ରେନ ବିବାଦର ସମାଧାନ ପାଇଁ ସହଯୋଗ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି । ବୈଠକ ସମୟରେ ୟୁକ୍ରେନ ପ୍ରସଙ୍ଗ ଦୃଢ଼ ଭାବରେ ଉଠିଥିଲା ବୋଲି ଟ୍ରମ୍ପ କହିଛନ୍ତି । ୱାଶିଂଟନ ଏବଂ ବେଜିଂ ଅନେକ ପ୍ରସଙ୍ଗରେ ସହମତ। ଟ୍ରମ୍ପ ଆହୁରୀ କହିଛନ୍ତି, ଚୀନ୍ ଆମେରିକାରୁ ବିପୁଳ ପରିମାଣର ସୋୟାବିନ୍ କିଣିବାକୁ ପ୍ରତିଶ୍ରୁତି ଦେଇଛି ।
କାହିଁକି ଚୀନ ଆଗରେ ନଇଁଲା ଆମେରିକା?
ଚୀନ ଦରକାର ଠାରୁ ୨୦ % ଅଧିକ ତେଲ ରୁଷ ଠାରୁ କିଣେ
ଆମେରିକା ଚୀନ ଉପରେ ୫୭% ଶୁଳ୍କ ଲଗାଇଥିଲା
ବର୍ତ୍ତମାନ ଶୁଳ୍କ କମାଇ ୪୭% କରିଛି ଆମେରିକା
ଚୀନ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ପରେ ଟ୍ରମ୍ପଙ୍କ ଘୋଷଣା
ଡୋନାଲ୍ଡ ଟ୍ରମ୍ପ କହିଛନ୍ତି , ଏପ୍ରିଲରେ ଚୀନ ଗସ୍ତ କରିବେ । ସେ ଆହୁରି ମଧ୍ୟ କହିଛନ୍ତି ଜିନପିଙ୍ଗ ତା'ପରେ ଆମେରିକା ଗସ୍ତ କରିବେ, ଯେଉଁଠାରେ ସେ ୱାଶିଂଟନ, ଡି.ସି. କିମ୍ବା ଫ୍ଲୋରିଡାର ପାମ୍ ବିଚ୍ ସ୍ଥିତ ଟ୍ରମ୍ପଙ୍କ ବାସଭବନ ପରିଦର୍ଶନ କରିପାରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/30/trump-2025-10-30-21-13-02.jpg)