ବାଣିଜ୍ୟ ଚୁକ୍ତି ନା ଆମେରିକା ନିକଟରେ ଆତ୍ମସମର୍ପଣ?: ପି. ଚିଦାମ୍ବରମ

Advertisment

ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ପରେ ରାଜନୈତିକ ବୟାନବାଜୀ ତେଜିବାରେ ଲାଗିଛି । ପୂର୍ବରୁ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ବାଣିଜ୍ୟ ଚୁକ୍ତିକୁ ନେଇ ମୋଦୀ ସରକାରଙ୍କୁ ସମାଲୋଚନା କରିଥିବା ବେଳେ ବର୍ତ୍ତମାନ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ ଏହି ଚୁକ୍ତିର ବୈଧତା ଓ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ପରେ ରାଜନୈତିକ ବୟାନବାଜୀ ତେଜିବାରେ ଲାଗିଛି । ପୂର୍ବରୁ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ବାଣିଜ୍ୟ ଚୁକ୍ତିକୁ ନେଇ ମୋଦୀ ସରକାରଙ୍କୁ ସମାଲୋଚନା କରିଥିବା ବେଳେ ବର୍ତ୍ତମାନ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ ଏହି ଚୁକ୍ତିର ବୈଧତା ଓ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି ।

10bbs_11_10022026_111

Photograph: (kanaknews)

କନକ ବ୍ୟୁରୋ  : ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ପରେ ରାଜନୈତିକ ବୟାନବାଜୀ ତେଜିବାରେ ଲାଗିଛି । ପୂର୍ବରୁ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ବାଣିଜ୍ୟ ଚୁକ୍ତିକୁ ନେଇ ମୋଦୀ ସରକାରଙ୍କୁ ସମାଲୋଚନା କରିଥିବା ବେଳେ ବର୍ତ୍ତମାନ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ ଏହି ଚୁକ୍ତିର ବୈଧତା ଓ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଚିଦାମ୍ବରମ ଦାବି କରିଛନ୍ତି ଯେ ସରକାର ଯାହାକୁ "ଐତିହାସିକ ବାଣିଜ୍ୟ ବିଜୟ" ବୋଲି କହୁଛନ୍ତି ତାହା ବାସ୍ତବରେ ଆମେରିକା ଆଗରେ ଆତ୍ମସମର୍ପଣର ଚୁକ୍ତି ।

ଅଧିକ ପଢନ୍ତୁ...ଯୁଦ୍ଧାସ୍ତ୍ର ଠୁଳ କରୁଛି ଆମେରିକା, ହେବ କି ଯୁଦ୍ଧ?

 ଏହା ସ୍ପଷ୍ଟ ଯେ ଏହି ଚୁକ୍ତି କେବଳ ଆମେରିକାର ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି ଏବଂ ଭାରତ ଏଥିରୁ କିଛି ବି ଲାଭ ପାଇବ ନାହିଁ ।
ଚିଦାମ୍ବରମ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ଜନସାଧାରଣଙ୍କୁ କେବଳ ହ୍ୱାଇଟ୍ ହାଉସ୍ ଦ୍ୱାରା ଜାରି ଏକ ମିଳିତ ବିବୃତ୍ତି ପ୍ରଦାନ କରାଯାଇଛି, କିନ୍ତୁ ଉଭୟ ପକ୍ଷଙ୍କ ଦ୍ୱାରା ସ୍ୱାକ୍ଷରିତ କୌଣସି ସରକାରୀ ଚୁକ୍ତିନାମାର ଡକ୍ୟୁମେଣ୍ଟ କାହିଁକି ସାର୍ବଜନୀନ କରାଯାଉନାହିଁ ? ଏହି ଚୁକ୍ତିକୁ ଭାରତ ପାଇଁ "କୂଟନୈତିକ ବିଜୟ" ବୋଲି କୁହାଯିବା ଉପରେ କଡ଼ା ଆପତ୍ତି ଉଠାଇଛନ୍ତି ଚିଦାମ୍ବରମ୍ ।

ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ଏକ ରିପୋର୍ଟକୁ ଆଧାର କରି ସେ କହିଛନ୍ତି, "ଯେତେବେଳେ ବୈଦେଶିକ ମନ୍ତ୍ରୀ ନିଜେ ବାଣିଜ୍ୟ ଚୁକ୍ତିର ବିବରଣୀ ବିଷୟରେ ଅଜ୍ଞ, ସେତେବେଳେ ଏହାକୁ କିପରି କୂଟନୈତିକ ସଫଳତା କୁହାଯାଇପାରିବ?" ଏହି ଚୁକ୍ତି ଭାରତୀୟ ରପ୍ତାନିକାରୀଙ୍କ ପାଇଁ ଏକ ବିପର୍ଯ୍ୟୟ । ବଜେଟ ଅଧିବେଶନ ମଧ୍ୟରେ ଚିଦାମ୍ବରମଙ୍କ ଅଭିଯୋଗ ସରକାରଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି, ଯେଉଁଠାରେ ବିରୋଧୀ ଦଳ ଏବେ ଚୁକ୍ତି ଉପରେ ବିସ୍ତୃତ ଆଲୋଚନା ଏବଂ ସ୍ୱଚ୍ଛତା ଦାବି କରୁଛନ୍ତି ।

 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe