ଦେବଦୂତ ସାଜିଲେ ଡ୍ରାଇଭର, ପ୍ରଖର ସୁଅରୁ ତିନି ଜଣଙ୍କୁ କଲେ ଉଦ୍ଧାର

ଦେବଦୂତ ସାଜିଲେ ଟ୍ରାକ୍ଟର ଡ୍ରାଇଭର । ପ୍ରଖର ପାଣି ସୁଅରୁ ତିନି ଜଣଙ୍କୁ କଲେ ଉଦ୍ଧାର । ବର୍ଷାରୁ ରକ୍ଷା ପାଇବା ପାଇଁ ପୋଲ ତଳେ ଆଶ୍ରୟ ନେଇଥିଲେ କଳାହାଣ୍ଡି ବଡବଫଲା ଗାଁର ୩ ଜଣ । ଦଉଡ଼ି ସାହାଯ୍ୟରେ ଉଦ୍ଧର କରି ବଂଚାଇଲେ ଜୀବନ ।

18-Kalahandi

କନକ ବ୍ୟୁରୋ: ଦେବଦୂତ ସାଜିଲେ ଟ୍ରାକ୍ଟର ଡ୍ରାଇଭର୍ । ପ୍ରଖର ପାଣି ସୁଅରୁ ରସି ସାହାଯ୍ୟରେ ୩ ଜଣଙ୍କୁ କଲେ ଉଦ୍ଧାର । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ ବଡବଫଲା ଗାଁର ୨ ଯୁବତୀ ଏବଂ ଅଡ୍ରି ଗାଁର ଜଣେ ମହିଳା ନାଳ ନିକଟରେ କାମ କରିବା ସମୟରେ ପାହାଡିଆ ବର୍ଷା ମାଡ଼ି ଆସିଥିଲା । ବର୍ଷାରୁ ରକ୍ଷା ପାଇଁ ସେମାନେ ପୋଲ ତଳେ ଆଶ୍ରୟ ନେଇଥିଲେ । ଉପର ମୁଣ୍ଡରୁ ପାଣି ମାଡ଼ି ଆସିବା ଫଳରେ ଫସିଯାଇଥିଲେ ୩ ଜଣ । ଠିକ୍‌ ସେହି ସମୟରେ ଦେବଦୂତ ଭଳି ସେହି ରାସ୍ତାଦେଇ ଟ୍ରାକ୍ଟର ନେଇ ଯାଉଥିବା ଡମୁ ମୁଦୁଲି ନାମକ ଟ୍ରାକ୍ଟର ଚାଳକ ଗାଁ ଲୋକଙ୍କ ସହଯୋଗରେ ରସିରେ ପୋଲ ତଳକୁ ଯାଇ ୩ ଜଣକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe