କନକ ବ୍ୟୁରୋ: ଦେବଦୂତ ସାଜିଲେ ଟ୍ରାକ୍ଟର ଡ୍ରାଇଭର୍ । ପ୍ରଖର ପାଣି ସୁଅରୁ ରସି ସାହାଯ୍ୟରେ ୩ ଜଣଙ୍କୁ କଲେ ଉଦ୍ଧାର । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ ବଡବଫଲା ଗାଁର ୨ ଯୁବତୀ ଏବଂ ଅଡ୍ରି ଗାଁର ଜଣେ ମହିଳା ନାଳ ନିକଟରେ କାମ କରିବା ସମୟରେ ପାହାଡିଆ ବର୍ଷା ମାଡ଼ି ଆସିଥିଲା । ବର୍ଷାରୁ ରକ୍ଷା ପାଇଁ ସେମାନେ ପୋଲ ତଳେ ଆଶ୍ରୟ ନେଇଥିଲେ । ଉପର ମୁଣ୍ଡରୁ ପାଣି ମାଡ଼ି ଆସିବା ଫଳରେ ଫସିଯାଇଥିଲେ ୩ ଜଣ । ଠିକ୍ ସେହି ସମୟରେ ଦେବଦୂତ ଭଳି ସେହି ରାସ୍ତାଦେଇ ଟ୍ରାକ୍ଟର ନେଇ ଯାଉଥିବା ଡମୁ ମୁଦୁଲି ନାମକ ଟ୍ରାକ୍ଟର ଚାଳକ ଗାଁ ଲୋକଙ୍କ ସହଯୋଗରେ ରସିରେ ପୋଲ ତଳକୁ ଯାଇ ୩ ଜଣକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ।
ଦେବଦୂତ ସାଜିଲେ ଡ୍ରାଇଭର, ପ୍ରଖର ସୁଅରୁ ତିନି ଜଣଙ୍କୁ କଲେ ଉଦ୍ଧାର
ଦେବଦୂତ ସାଜିଲେ ଟ୍ରାକ୍ଟର ଡ୍ରାଇଭର । ପ୍ରଖର ପାଣି ସୁଅରୁ ତିନି ଜଣଙ୍କୁ କଲେ ଉଦ୍ଧାର । ବର୍ଷାରୁ ରକ୍ଷା ପାଇବା ପାଇଁ ପୋଲ ତଳେ ଆଶ୍ରୟ ନେଇଥିଲେ କଳାହାଣ୍ଡି ବଡବଫଲା ଗାଁର ୩ ଜଣ । ଦଉଡ଼ି ସାହାଯ୍ୟରେ ଉଦ୍ଧର କରି ବଂଚାଇଲେ ଜୀବନ ।
/kanak/media/media_files/2025/09/04/18-kalahandi-2025-09-04-13-22-35.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)