କନକ ବ୍ୟୁରୋ :  ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏନ୍ଓଡିଏଲ୍) ପକ୍ଷରୁ ମିସନ୍ ସୂର୍ଯ୍ୟାୟଣ ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିଲା ଯେଉଁଥିରେ ସୌରଶକ୍ତି ଜରିଆରେ କର୍ପୋରେଟ୍ କାର୍ଯ୍ୟାଳୟ ଓ ସର୍କଲ୍ କାର୍ଯ୍ୟାଳୟଗୁଡ଼ିକର ଅତିରିକ୍ତ ବିଦ୍ୟୁତ ଆବଶ୍ୟକତା ପୂରଣ କରିବା ଲାଗି ସୌରଶକ୍ତୀକରଣ ଲାଗି ଲକ୍ଷ୍ୟ ରଖାଯାଇଛି । ଏକ କୋଟି ଟଙ୍କାର ପ୍ରକଳ୍ପ ମୂଲ୍ୟ ସହିତ ଏଥିରେ ଟିପିଏନ୍ଓଡିଏଲ୍ କର୍ପୋରେଟ୍ କାର୍ଯ୍ୟାଳୟରେ ୬୫ କିଲୋୱାଟ୍ ଓ ବାଲେଶ୍ୱରର ସର୍କଲ୍ କାର୍ଯ୍ୟାଳୟରେ ୩୦ କିଲୋୱାଟ୍ ରୁଫଟପ୍ ସୋଲାର କ୍ଷମତାକୁ ସଫଳତାର ସହ ସ୍ଥାପନ କରାଯାଇଛି । ଏହି ସୌର ଶକ୍ତି ପ୍ଲାଂଟ୍ ପୂର୍ଣ୍ଣ କ୍ଷମତାରେ ପରିଚାଳିତ ହେଲେ ବାର୍ଷିକ ୨,୭୦,୦୦୦ କିଲୋୱାଟ ଆୱାର (କେଡବ୍ଲୁଏଚ) ବିଦ୍ୟୁତ ଶକ୍ତି ସୃଷ୍ଟି ହେବ । ଅକ୍ଷୟ ଶକ୍ତିକୁ ଗ୍ରହଣ କରିବା ଦ୍ୱାରା କୋଇଲା ଓ ପାରମ୍ପାରିକ  ଗ୍ୟାସ ଭଳି ପାରମ୍ପାରିକ ଶକ୍ତି ଉତ୍ସ ତୁଳନାରେ ବାର୍ଷିକ ସିଓ୨ ନିର୍ଗମନରେ ଉଲ୍ଲେଖନୀୟ ହ୍ରାସ ହେବ ।

Advertisment

ନିରନ୍ତର ଶକ୍ତି ଏବଂ ପରିବେଶ ପରିଚାଳନା ପାଇଁ ଟିପିଏନଓଡିଏଲର ଜାରି ରହିଥିବା ପ୍ରତିବଦ୍ଧତାରେ ଏହି ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ  । ଏହି ଅବସରରେ ନିକଟରେ ଏହି ପ୍ରକଳ୍ପଗୁଡ଼ିକୁ ଉଦ୍ଘାଟନ କରି ଟିପିଏନ୍ଓଡିଏଲ୍ର ସିଇଓ ଦ୍ୱିଜଦାସ ବସକ କମ୍ପାନିର ସବୁଜ ଭବିଷ୍ୟତ ଦିଗରେ ଅଗ୍ରଗତି ପାଇଁ ଗର୍ବିତ ମନେ କରିଥିଲେ । ତାଙ୍କ ସହ ମୁଖ୍ୟ ପରିଚାଳନା ଅଧିକାରୀ ନିଲେଶ ପୋଟ୍ଫୋଡେ, ମୁଖ୍ୟ ପ୍ରକଳ୍ପ ଅଧିକାରୀ ପ୍ରଦୀପ କୁମାର ମହାନ୍ତି, ମୁଖ୍ୟ ଠିକା ଓ ସାମଗ୍ରୀ ପରିଚାଳନା ଓ ଭିଜିଲାନ୍ସ ଅଧିକାରୀ ହରିଶ ଶର୍ମା; ସୋଲାରାଇଜେସନର ମହାପ୍ରବନ୍ଧକ ରାଜୀବ କୁମାର ନାୟକ; ଏବଂ ବାଲେଶ୍ୱର ଅଧୀକ୍ଷଣ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ରାୟ ଉପସ୍ଥିତ ଥିଲେ । "ନିରନ୍ତରତା ଦିଗରେ ଆମର ଯାତ୍ରା କେବଳ ଆମର କାର୍ବନ ଫୁଟପ୍ରିଂଟ୍କୁ ହ୍ରାସ କରିବା ନୁହେଁ ବରଂ ଉଭୟ କର୍ପୋରେଟ୍ ଏବଂ ଗ୍ରାମୀଣ ପରିବେଶରେ ଅକ୍ଷୟ ଶକ୍ତି ଗ୍ରହଣ ପାଇଁ ଏକ ମାନଦଣ୍ଡ ସ୍ଥାପିତ କରିବା ଉଦ୍ଦେଶ୍ୟରେ ବୋଲି ଶ୍ରୀ ବସକ୍ କହିଛନ୍ତି ।

ପ୍ରତ୍ୟେକ କାର୍ଯ୍ୟାଳୟର ଆମେ ସୌରଶକ୍ତିକରଣ କରୁଛୁ ଯାହା ଦ୍ୱାରା ଆମେ ଏକ ସ୍ଥାୟୀ ଭବିଷ୍ୟତର ନିକଟତର ହୋଇପାରୁଛୁ । ଅକ୍ଷୟ ଶକ୍ତି ପ୍ରତି ଟିପିଏନଓଡିଏଲର ପ୍ରତିବଦ୍ଧତା ଦୀର୍ଘଦିନ ଧରି ରହିଛି । ଏହା ପୂର୍ବରୁ ବିଜୁ ଗ୍ରାମ ଜ୍ୟୋତି ଯୋଜନା (ବିଜିଜେୱାଇ) ଅଧୀନରେ କମ୍ପାନୀ  ଉଲ୍ଲେଖନୀୟ ସଫଳତା ହାସଲ କରିଛି, ଯେଉଁଠାରେ ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଏବଂ କେନ୍ଦୁଝର ଜିଲ୍ଲାର କୋହ୍ଲରୋଇଡା ଜଙ୍ଗଲରେ ୬,୦୩୬ ଆଦିବାସୀ ପରିବାରଙ୍କୁ ବିଦ୍ୟୁତ୍ ସଂଯୋଗ ପ୍ରଦାନ କରିବା ପାଇଁ ସୌର ମାଇକ୍ରୋଗ୍ରିଡ୍ ଏବଂ ଏକକ ସୌର ପ୍ରଣାଳୀ ସ୍ଥାପନ କରାଯାଇଥିଲା । ଏହି ପଦକ୍ଷେପ ବିଶ୍ୱସନୀୟ ବିଜୁଳି ପ୍ରଦାନ କରିଥିଲା ଯାହା ଏହି ସଂପ୍ରଦାୟର ଜୀବନଧାରଣମାନରେ ଯଥେଷ୍ଟ ଉନ୍ନତି ଆଣିପାରିଛି । ଟିପିଏନଓଡିଏଲର ଅକ୍ଷୟ ଶକ୍ତି ପଦକ୍ଷେପକୁ ଆହୁରି ଆଗକୁ ବଢ଼ାଇବା ଉଦ୍ଦେଶ୍ୟରେ ମିଶନ ସୂର୍ଯ୍ୟାୟଣ ଆରମ୍ଭ କରାଯାଇଥିଲା । ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦି ମୁର୍ମୁଙ୍କ ଗ୍ରାମରେ ଗତ ବର୍ଷ ଏକ ୬ କିଲୋୱାଟ୍ ଆରଟିଏସ୍ ପ୍ଲାଂଟ କାର୍ଯ୍ୟକ୍ଷମ କରାଯିବା ସହ ବିଦ୍ୟାଳୟକୁ ଉତ୍ସର୍ଗ କରାଯାଇଥିଲା । ପିଏମ ସୂର୍ଯ୍ୟଘର ଏବଂ ପିଏମ କୁସୁମ ଯୋଜନା ଭଳି ପଦକ୍ଷେପ ମାଧ୍ୟମରେ ଘରୋଇ ଏବଂ କୃଷି ଉପଭୋକ୍ତାଙ୍କୁ ସୌରୀକରଣ କରିବା ପାଇଁ ଟିପିଏନଓଡିଏଲ ସକ୍ରିୟ ଭାବରେ କାର୍ଯ୍ୟ କରୁଛି । ଅକ୍ଷୟ ଶକ୍ତିର ବ୍ୟାପକ ବ୍ୟବହାର ସୁନିଶ୍ଚିତ କରିବା ପାଇଁ କମ୍ପାନି ବିକ୍ରେତା, ଅଧିକାରୀ ଏବଂ ଉପଭୋକ୍ତାଙ୍କ ମଧ୍ୟରେ ସଚେତନତା ଏବଂ ଶିକ୍ଷଣ ଅଧିବେଶନ ଆୟୋଜନ କରୁଛି । ମିଶନ ସୌରାୟଣ ଅଧୀନରେ ଟିପିଏନଓଡିଏଲ ଏହାର ଯାତ୍ରା ଜାରି ରଖିଥିବା ବେଳେ କମ୍ପାନି ପରିବେଶ ପରିଚାଳନା, ଶକ୍ତି ଦକ୍ଷତା ଏବଂ ସ୍ଥାୟୀ ବିକାଶ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇଛି । ଏହି ଦିଗରେ ନିଆଯାଇଥିବା ପ୍ରତ୍ୟେକ ପଦକ୍ଷେପ କେବଳ କମ୍ପାନିର ଲକ୍ଷ୍ୟରେ ଯୋଗଦାନ କରିବା ସହ ଭାରତରେ ଶକ୍ତି କ୍ଷେତ୍ର ପାଇଁ ଏକ ନୂତନ ମାନଦଣ୍ଡ ମଧ୍ୟ ସ୍ଥାପନ କରିବ ।