ବିତରଣ ପ୍ରକ୍ରିୟାକୁ ସହଜ ଓ ସରଳ କରିବା ଦିଗରେ TPNODLର ଗୁରୁତ୍ଵ; ହାତ ପାଆନ୍ତାରେ ପହଞ୍ଚିବ ବିଦ୍ୟୁତ୍ ସେବା ସମ୍ପର୍କିତ ସବୁ ସୁବିଧା

Advertisment

ଗ୍ରାହକ ସେବା କେନ୍ଦ୍ରଗୁଡ଼ିକ ଟିପିଏନଓଡିଏଲର ସମସ୍ତ ଡିଭିଜନରେ ଖୋଲିଥିବା ବେଳେ ଅନୁଭବ କେନ୍ଦ୍ରଗୁଡ଼ିକ ଗ୍ରାମାଞ୍ଚଳର ଉପଭୋକ୍ତାମାନଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ଖୋଲିଛି ।

ଗ୍ରାହକ ସେବା କେନ୍ଦ୍ରଗୁଡ଼ିକ ଟିପିଏନଓଡିଏଲର ସମସ୍ତ ଡିଭିଜନରେ ଖୋଲିଥିବା ବେଳେ ଅନୁଭବ କେନ୍ଦ୍ରଗୁଡ଼ିକ ଗ୍ରାମାଞ୍ଚଳର ଉପଭୋକ୍ତାମାନଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ଖୋଲିଛି ।

electricity service

Photograph: (Kanak News)

କନକ ବ୍ୟୁରୋ : ଉପଭୋକ୍ତାଙ୍କ ବିଭିନ୍ନ ସମସ୍ୟାର ତ୍ଵରିତ ସମାଧାନ ଓ ସେମାନଙ୍କ ହାତ ପାଆନ୍ତାରେ ସମସ୍ତ ସୁବିଧା ସୁଯୋଗ ପହଞ୍ଚାଇବାକୁ ଗୁରୁତ୍ଵ ଦେଉଛି ଟିପିଏନଓଡ଼ିଏଲ । ବିଦ୍ୟୁତ ସେବା ସମ୍ପର୍କିତ ଯେ କୌଣସି ସମସ୍ୟାର ସମାଧାନ ପାଇଁ ୨୪ଘଣ୍ଟିଆ ଦେୟ ମୁକ୍ତ ଗ୍ରାହକ ସେବା ନମ୍ବର ୧୮୦୦-୩୪୫୬-୭୧୮/ ୧୯୧୨ ସୁବିଧା କରାଯିବା ସହ ୧୬ଟି ଗ୍ରାହକ ସେବା କେନ୍ଦ୍ର ଓ ୧୩୯ଟି ଅନୁଭବ କେନ୍ଦ୍ର ମଧ୍ୟ ଖୋଲିଛି ।

ଗ୍ରାହକ ସେବା କେନ୍ଦ୍ରଗୁଡ଼ିକ ଟିପିଏନଓଡିଏଲର ସମସ୍ତ ଡିଭିଜନରେ ଖୋଲିଥିବା ବେଳେ ଅନୁଭବ କେନ୍ଦ୍ରଗୁଡ଼ିକ ଗ୍ରାମାଞ୍ଚଳର ଉପଭୋକ୍ତାମାନଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ଖୋଲିଛି । ଏହି କେନ୍ଦ୍ରଗୁଡ଼ିକରେ ଉପଭୋକ୍ତା ବିଦ୍ୟୁତ ସେବା ସମ୍ପର୍କିତ ନିଜର ଦ୍ଵନ୍ଦ୍ଵ ଦୂର କରିବା, ସମସ୍ୟାର ସମାଧାନ କରିବା ସହିତ ବିଲ୍‌ ପଇଠ କରିବାର ସୁବିଧା ପାଉଛନ୍ତି । ଗ୍ରାହକ ସେବା କେନ୍ଦ୍ର ଓ ଅନୁଭବ କେନ୍ଦ୍ରଗୁଡ଼ିକ ଛୁଟିଦିନ ବ୍ୟତିତ ପ୍ରତିଦିନ ସକାଳ ୯.୩୦ ରୁ ସନ୍ଧ୍ୟା ୫.୩୦ ପର୍ଯ୍ୟନ୍ତ ଖୋଲା ରହୁଥିବା ବେଳେ ସମସ୍ତ ସେକ୍ସନ, ସବ-ଡିଭିଜନ୍ ଓ ଡିଭିଜନ ଅଫିସରେ ମଧ୍ୟ ଉପଭୋକ୍ତା ନିଜର ଅଭିଯୋଗ ଦାଖଲ କରିବାର ସୁଯୋଗ ପାଉଛନ୍ତି ।

Electricity distribution
Photograph: (Kanak News)

ସେହିପରି ବିଦ୍ୟୁତ ବିଲ ପଇଠ ପ୍ରକ୍ରିୟାକୁ ସହଜ କରିବା ପାଇଁ ଟିପିଏନଓଡିଏଲର ସମସ୍ତ ଡିଜିଟାଲ ପଦ୍ଧତି ଜରିଆରେ ବିଲ ଗ୍ରହଣ କରୁଥିବାବେଳେ ସ୍ପାଇସ ମନି କେନ୍ଦ୍ର, ଏୟାରଟେଲ ପେମେଣ୍ଟସ ବ୍ୟାଙ୍କ, ଏସବିଆଇ କଷ୍ଟମର ଟଚ ପଏଣ୍ଟ ଭଳି ବିଭିନ୍ନ ତୃତୀୟ ପକ୍ଷ ସଂସ୍ଥା ଦ୍ଵାରା ବିଦ୍ୟୁତ ବିଲ୍ ପଇଠ ପାଇଁ ସୁବିଧା ଉପଲବ୍ଧ କରିଛି । ବିଜୁଳି ସେବା ସମ୍ବନ୍ଧିତ ସମସ୍ତ ସହାୟତା ପାଇଁ ‘ମାଇଁ ଟାଟା ପାୱାର ଆପ’କୁ ବ୍ୟବହାର କରିବାକୁ ଟିପିଏନଓଡିଏଲ ନିଜର ଉପଭୋକ୍ତାମାନଙ୍କୁ ପରାମର୍ଶ ଦେଇଛି ।

ଅପରପକ୍ଷେ ସଚେତନତାକୁ ଗୁରୁତ୍ଵ ଦେଇ ଟିପିଏନଓଡିଏଲ୍ ପକ୍ଷରୁ “ଡିଜିଟାଲ୍ ଦିବସ” ପାଳିତ ହୋଇଯାଇଛି । ବିଦ୍ୟୁତ୍ ସେବା କ୍ଷେତ୍ରରେ ଡିଜିଟାଲ୍ ମାଧ୍ୟମଗୁଡ଼ିକୁ ପ୍ରୋତ୍ସାହନ ଦେବା ଓ ଉପଭୋକ୍ତା ତଥା କର୍ମଚାରୀଙ୍କ ମଧ୍ୟରେ ଏ ସମ୍ପର୍କିତ ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ 'ଡିଜିଟାଲ ମାସ' ମଧ୍ୟ ପାଳିତ ହୋଇଥିଲା ।

ଏହି ଅବସରରେ କମ୍ପାନିର ଭବିଷ୍ୟତ ଦୃଷ୍ଟିକୋଣ ସମ୍ପର୍କରେ ଉଲ୍ଲେଖ କରି ସିଇଓ ଶ୍ରୀ ଗଜାନନ କାଲେ କହିଥିଲେ ଯେ, ଉପଭୋକ୍ତାଙ୍କୁ ଏକ ଆଧୁନିକ, ସହଜ ତଥା ସୁବିଧାଜନକ ବିଦ୍ୟୁତ୍ ସେବା ବିତରଣ ପାଇଁ ଟିପିଏନଓଡ଼ିଏଲ ସର୍ବଦା ଗୁରୁତ୍ଵ ଦେଇ ଆସିଛି । ଉପଭୋକ୍ତାଙ୍କ ପାଖରେ ବିଦ୍ୟୁତ୍ ସେବା ସମ୍ପର୍କିତ ସବୁ ସୁବିଧା ହାତ ପାଆନ୍ତାରେ ପହଞ୍ଚାଇବା ପାଇଁ ଟିପିଏନଓଡ଼ିଏଲ ପ୍ରତିଶ୍ରୁତିବଦ୍ଧ ଏବଂ ଏଥି ଲାଗି କାର୍ଯ୍ୟ ଜାରି ରଖିଛି ବୋଲି ସେ ଦର୍ଶାଇଥିଲେ । ଡିଜିଟାଲ୍ ମାସରେ ଆଭ୍ୟନ୍ତରୀଣ ଡିଜିଟାଲ୍ ଭିତ୍ତିଭୂମିକୁ ସୁଦୃଢୀକରଣ ଉଦ୍ଦେଶ୍ୟରେ ଟିପିଏନଓଡିଏଲ୍ କର୍ମଚାରୀଙ୍କ ପାଇଁ ଜ୍ଞାନ-ବିନିମୟ କର୍ମଶାଳା ଆୟୋଜନ ସହ ଉପଭୋକ୍ତା ସଚେତନତା କାର୍ଯ୍ୟକ୍ରମ ଆଦି ଆୟୋଜନ କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe