କନକ ବ୍ୟୁରୋ : ଟିପିଏନ୍ଓଡିଏଲ୍ ପକ୍ଷରୁ ଚତୁର୍ଥ ଜାତୀୟ ଲୋକ ଅଦାଲତ ତଥା ସମାଧାନ ଶିବିର ଆସନ୍ତା ଡିସେମ୍ବର ୧୩ ତାରିଖ ଶନିବାର ଦିନ ଡିଭିଜନ, ସବ-ଡିଭିଜନ କାର୍ଯ୍ୟାଳୟ ଏବଂ କଚେରୀ  ପରିସରରେ ଅନୁଷ୍ଠିତ ହେବ । ଏଥିରେ ଉପଭୋକ୍ତାମାନେ ଅନଧିକୃତ ବିଦ୍ୟୁତ୍  ବ୍ୟବହାର ଏବଂ ବିଦ୍ୟୁତ୍ ଚୋରି ଆଦି ସମନ୍ଧୀୟ ମାମଲାଗୁଡ଼ିକର ସମାଧାନ କ୍ଷେତ୍ରରେ ସହାୟତା ପାଇପାରିବେ । ଏହି ଲୋକ ଅଦାଲତ ସକାଳ ୯ଟା ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାବେଳେ ଉପଭୋକ୍ତାମାନେ ଏ ସମ୍ପର୍କିତ ଅଧିକ ସୂଚନା ଡିଭିଜନ କାର୍ଯ୍ୟାଳୟରେ ପାଇପାଇବେ । ଉପଭୋକ୍ତାମାନେ ଅଧିକ ବିବରଣୀ ପାଇଁ ଆପଣଙ୍କ ନିକଟସ୍ଥ ଟିପିଏନଓଡିଏଲ୍ ଉପଖଣ୍ଡ କିମ୍ବା ଡିଭିଜନ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରି ଏ ସମ୍ପର୍କିତ ସହାୟତା ପାଇ ପାରିବେ । 

Advertisment

ବର୍ଷର  ଅନ୍ତିମ ଲୋକ ଅଦାଲତକୁ ହାତଛଡ଼ା ନ କରି ଅନଧିକୃତ ବିଜୁଳି ବ୍ୟବହାର ଏବଂ ବିଦ୍ୟୁତ୍ ଚୋରି ଆଦି ସହିତ ଜଡିତ ପ୍ରବର୍ତ୍ତନ ମାମଲାଗୁଡିକର ସମାଧାନ ପାଇଁ ନିକଟସ୍ଥ ବିଦ୍ୟୁତ୍ ଉପଖଣ୍ଡ/ଡିଭିଜନ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବାକୁ ଟିପିଏନଓଡିଏଲ ପକ୍ଷରୁ ଉପଭୋକ୍ତାଙ୍କୁ ପରାମର୍ଶ ଦିଆଯାଇଛି । ସେହିପରି ବିଦ୍ୟୁତ୍ ଚୋରିରୁ ନିବୃତ ରହିବାକୁ ମଧ୍ୟ ଉପଭୋକ୍ତାମାନଙ୍କୁ ଟିପିଏନଓଡ଼ିଏଲ ପରାମର୍ଶ ଦେଇଛି ।